[sambalpur] - ଛାତ୍ରୀଛାତ୍ରଙ୍କୁ ମିଳୁଛି ନିମ୍ନମାନର ସୁବିଧା

  |   Sambalpurnews

ଗୁଡଭେଲା,୨୦।୧୨(ଡି.ଏନ.ଏ.): ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ତୁଷୁରା ଏନଏସି ଅଧିନସ୍ଥ ନଅଗାଁ କଲୋଣି ପଡାସ୍ଥିତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା ଅଭିଯୋଗ ହେଉଛି। ଏହି ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଦିଆଯାଉଥିବାବେଳେ ୨ଟି ଶ୍ରେଣୀଗୃହ ରହିଛି। ୪୫ଜଣ ଛାତ୍ରୀଛାତ୍ର ଶିକ୍ଷାଦାନ କରୁଥିବାବେଳେ ଦୁଇ ଜଣ ଶିକ୍ଷକ ଅଛନ୍ତି । ଏପରିକି ଜଣେ ଶିକ୍ଷକ ଛୁଟିରେ କିମ୍ବା ଅଫିସ କାର୍ଯ୍ୟରେ ଗଲେ ଜଣେ ଶିକ୍ଷକ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ବଦଳରେ ଜଗିବାରେ ସମୟ କଟିଯାଉଥିବା ଅଭିଭାବକମାନେ କହନ୍ତି ା ପ୍ରତ୍ୟେକ ଦିନ ଭାତ ଓ ଡାଲି ନିମ୍ନମାନର ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବାବେଳେ ଶିକ୍ଷକମାନଙ୍କ ପାଇଁ ସ୍ବତନ୍ତ୍ର ଖାଦ୍ୟ ରନ୍ଧା ଯାଉଥିବା ଅଭିଯୋଗ ହେଉଛି। ଛାତ୍ରୀଛାତ୍ରଙ୍କୁ ଚଳିତ ବର୍ଷ ଦୁଇ ଶହ ଟଙ୍କା ଦରର ଦୁଇ ହଳ ଲେଖାଁଏ ପୋଷାକ ଓ ଗୋଟିଏ ହଳ ଜୋତା ସହ ଦୁଇ ହଳ ମୋଜା ଦେବା ପାଇଁ ଶିକ୍ଷା ବିଭାଗରୁ ଛଅ ଶହ ଟଙ୍କା ଗୋଟିଏ ପିଲା ପିଛା ଦିଆଯାଉଛି। କିନ୍ତୁ ସ୍କୁଲର ପ୍ରଧାନ ଶିକ୍ଷକ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଗନ କରି ନିମ୍ନମାନର ସାମଗ୍ରୀ ବଣ୍ଟନ କରୁଥିବା ଅଭିଯୋଗ ହେଉଛି। ଏପରିକି ସ୍କୁଲ କମିଟି ସଭାପତି, ଶିକ୍ଷକ, ସିଆରସି ଏବଂ ପୋଷାକ ଯୋଗାଣକାରୀଙ୍କ ଅସାଧୁ ମେଣ୍ଟ ଯୋଗୁ ପ୍ରାୟ ଗୋଟିଏ ହଳ ପୋଷାକରୁ ୧୨୦ଟଙ୍କାରୁ ଦୁଇ ଶହ ଟଙ୍କା ପର୍ଯ୍ୟନ୍ତ ଠକେଇ ହେଉଥିବା ଜଣାପଡିଛି। ଏ ନେଇ ପ୍ରଧାନ ଶିକ୍ଷକ ଚନ୍ଦ୍ରଧ୍ୱଜ ମେହେର କହନ୍ତି, ଆମ ବିଦ୍ୟାଳୟ ଭଲରେ ଚାଲିଛି ଆପଣମାନେ ଅଯଥା ମୁଣ୍ଡ ଖେଳାଉଛନ୍ତି। ଆପଣଙ୍କୁ ମୁଁ କିଛି କହି ପରିବି ନାହିଁ ତମେ ଯାହାକୁ ଅଭିଯୋଗ କରିବାର ଅଛି କରିପାର ବୋଲି କହିଥିଲେ ା ଏ ନେଇ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀଧର ବେହେରାଙ୍କୁ ପଚାରିବାରୁ ସେ କହନ୍ତି ଯେ, ଶିକ୍ଷକ ଯଦି କିଛି କହିବାକୁ ମନା କରୁଛନ୍ତି ମୁଁ ମଧ୍ୟ ଆପଣଙ୍କୁ କିଛି ସାହାଯ୍ୟ କରିପାରିବି ନାହିଁ ବୋଲି କହିଥିଲେ। ସେହିପରି ମାସେ ତଳେ ଜଣେ ଅସ୍ଥାୟୀ ବେପାରି ଏହି ବ୍ଲକ ଅର୍ନ୍ତଗତ ଘୂନା ଅପଗ୍ରେଡ଼ ବିଦ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷକଙ୍କୁ ଭେଟି ନିଜ ସାମଗ୍ରୀ ଦେବା ପାଇଁ କହିଥିଲେ। ଉକ୍ତ ଶିକ୍ଷକଙ୍କ ସହ ପିସି ନଛିଣ୍ଡିବାରୁ ଗୁଡ଼ଭେଲା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଭେଟି ପିସି ନଛିଣ୍ଡିବାରୁ ମତେ ଚଳିତ ବର୍ଷ ପୋଷାକ ଓ ଜୋତା ଦେବାରୁ ମନା କରି ଦିଆଯାଇଥିବା ମୌଖିକ ଅଭିଯୋଗ କରିଛନ୍ତି। କିନ୍ତୁ ବ୍ଲକ ଶିକ୍ଷା ଅଧିକାରୀ ଏ ନେଇ ପ୍ରମାଣ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ବୋଲି ହାଲୁକା ଭାବେ କହିବାରୁ ଉକ୍ତ ଦୋକାନୀ ଯୁକ୍ତି ତର୍କ କରିଥିବା ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା। ଏଥିରୁ ପ୍ରମାଣ ମିଳୁଛି ଯେ, ଗୁଡ଼ଭେଲା ବ୍ଲକରେ ଶିକ୍ଷକ-ବେପାରି-ସ୍ଥାନୀୟ ଶିକ୍ଷା ବିଭାଗ ମଧ୍ୟରେ କିପରି ମଧୁଚନ୍ଦ୍ରିକା ଚାଲି ଛାତ୍ରୀଛାତ୍ରଙ୍କ ଟଙ୍କାକୁ କିପରି ଲୁଟ୍‌ କରିବାକୁ ଉଦ୍ୟମ କରୁଛନ୍ତି। ଏ ନେଇ ଜିଲା ଶିକ୍ଷାଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ନ ଥିବାରୁ ତାଙ୍କର ମତାମତ ନିଆଯାଇ ପାରି ନାହିଁ।

ଫୋଟୋ - http://v.duta.us/9oKFqAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/7ngpxgAA

📲 Get Sambalpur News on Whatsapp 💬