[sambalpur] - ଭାଜପା ଯୁବ ମୋର୍ଚ୍ଚାର ବିଭିନ୍ନ ଅଫିସ ଘେରାଉ

  |   Sambalpurnews

ଖଡିଆଳ,୨୦।୧୨(ଡି.ଏନ.ଏ.): ବେରୋଜଗାର ସମସ୍ୟା ସମାଧାନ ଓ ସରକାରୀ ଅଫିସଗୁଡିକରେ ପିସି କାରବାର ବନ୍ଦ କରିବା ଦାବି ନେଇ ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଗୁରୁବାର ବିଭିନ୍ନ ଅଫିସ ଘେରାଉ କରାଯାଇଛି । ଜିଲା ସାଧାରଣ ସମ୍ପାଦକ ଜ୍ୟୋତି ପ୍ରକାଶ ବିଶିଙ୍କ ନେତୃତ୍ୱରେ ଖଡିଆଳରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, କ୍ଷୁତ୍ର ଜଳସେଚନ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ପୃଥକ ଭାବେ ଘେରାଉ କରାଯାଇଥିଲା । ଏଥିସହ ଅଫିସ ସମ୍ମୁଖରେ ପ୍ରତିବାଦ ସଭାର ଆୟୋଜନ କରାଯାଇଛି । ଏଥିରେ ଯୁବ ମୋର୍ଚ୍ଚ ଜିଲା ସଭାପତି ଦିଲୀ ନିର୍ମଳ କର, ଭାଜପା ଜିଲା ସଭାପତି ଶିବ ପ୍ରସାଦ ମୁଣ୍ଡ, ଯଦୁମଣି ପାଣିଗ୍ରାହୀ, ସମରଜିତ ପାତ୍ର, ସୁବ୍ରତ ଠାକୁର ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ସହ ପିସି କାରବାର ବନ୍ଦ କରିବା ନେଇ ମତ ପ୍ରକାଶ ପାଇଥିଲା । ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଉକ୍ତ ଘେରାଉ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନଗର ସଭାପତି ବିକାଶ ସିଙ୍ଗଲ, ଜ୍ୟୋତିରାମ ହୋତା, ଦେବଦତ୍ତ ଯୋଶୀଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଫୋଟୋ - http://v.duta.us/YpWM6wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/mX8ZUAAA

📲 Get Sambalpur News on Whatsapp 💬