[upakula-odisha] - ପଦାକୁ ଆସିଲା ଖାଉଟି ସାମଗ୍ରୀ ଦୁର୍ନୀତି: ତଦନ୍ତ କରି ଫେରିଲେ ଯୋଗାଣ ନୀରିକ୍ଷକ

  |   Upakula-Odishanews

ବରୀ,୨୦ା୧୨(ସ୍ବ.ପ୍ର.)- ବରୀ ବ୍ଲକ ଅଧୀନ ରତଳାଙ୍ଗ ପଞ୍ଚାୟତରେ ଗତ ନଭେମ୍ବରରେ ଖାଉଟି ସାମଗ୍ରୀ ଗହମ ଓ ଚାଉଳ ବଣ୍ଟନରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାର୍ସ ହୋଇଛି। ଫଳରେ ଯୋଗାଣ ନୀରିକ୍ଷକ ପି.କେ. ନାୟକ ଗୁରୁବାର ରତଳାଙ୍ଗ ପଞ୍ଚାୟତକୁ ଆସି ତଦନ୍ତ କରି ଫେରିଯାଇଥିବା ଜଣାପଡିଛି। ଏ ନେଇ ଗଁା ଦାଣ୍ଡରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ହିତାଧିକାରୀ ପାଇ ନ ଥିବା ଗହମ ଓ ଚାଉଳକୁ ଆସନ୍ତା ରବିବାର ସୁଦ୍ଧା ବାଣ୍ଟିବା ପାଇଁ ରିଟେଲରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ସୁଦ୍ଧା ହିତାଧିକାରୀଙ୍କ ନିକଟରେ ଖାଉଟି ସାମଗ୍ରୀ ନ ପହଞ୍ଚିଲେ ସୋମବାର ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ନୀରିକ୍ଷକ ନାୟକ ସୂଚନା ଦେଇଛନ୍ତି। ଏଥିସହ ଭବିଷ୍ୟତରେ ଏଭଳି ଭୁଲ୍‌ ହେବ ନାହଁି ବୋଲି ହିତାଧିକାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ, ଉକ୍ତ ପଞ୍ଚାୟତର ୧୨ ଓ୍ବାର୍ଡରେ ୩ ଜଣ ରିଟେଲର ନିଯୁକ୍ତିି ପାଇଛନ୍ତି। ୨ ଜଣ ରିଟେଲର ନଭେମ୍ବର ମାସର ଚାଉଳ ଓ ଗହମ ହଡ଼ପ କରିଥିବା ହିତାଧିକାରୀ ମଧୁସ୍ମିତା ରାୟ, ସମିତିସଭ୍ୟ ନୀଳମଣି ଜେନା, ସରପଞ୍ଚ ବିଜ୍ଞାନ ମଲ୍ଲିକଙ୍କ ସମେତ ଶତାଧିକ ହିତାଧିକାରୀ ମଙ୍ଗଳବାର ଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ରିଟେଲର ପ୍ରଭାତି ସାମଲ ୮୦କ୍ୱିଣ୍ଟାଲ ୮୨ କିଲୋ ଚାଉଳ, ୧୪ କ୍ୱିଣ୍ଟାଲ ୯୮ କିଲୋ ଗହମ ଓ ଜଗବନ୍ଧୁ ସାମଲ ୮୪ କ୍ୱିଣ୍ଟାଲ ୪୮ କିଲୋ ଚାଉଳ, ୧୬ କ୍ୱିଣ୍ଟାଲ ୧୭ କିଲୋ ଗହମ ଗାଏବ୍‌ କରିନେଇ ହିତାଧିକାରୀଙ୍କୁ ବଣ୍ଟନ କରି ନ ଥିବା ଜଣାପଡ଼ିଛି। ଅଭିଯୋଗ ପାଇ ଯୋଗାଣ ନୀରିକ୍ଷକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଉଭୟ ରିଟେଲରଙ୍କୁ ପଚାରିବାରେ, ସେମାନେ ଗହମ ଓ ଚାଉଳ ଦୁର୍ନୀତି ଘଟରାକୁ ସ୍ବୀକାର କରିଥିଲେ।

ଫୋଟୋ - http://v.duta.us/xb1PwAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/p3GpAgAA

📲 Get Upakula-odisha News on Whatsapp 💬