[anugul-dhenkanal] - ଆପରାଧିକ କାର୍ଯ୍ୟ ଅନୁଧ୍ୟାନ ପାଇଁ ଲାଗିବ ସିସି କ୍ୟାମେରା

  |   Anugul-Dhenkanalnews

ଅନୁଗୋଳ ଅଫିସ, ୨୧।୧୨- ଖଣି ପ୍ରଭାବିତ ତାଳଚେର ସମେତ ଅନୁଗୋଳ ଓ ନାଲ୍‌କୋ ଅଞ୍ଚଳରେ ଆପରାଧିକ କାର୍ଯ୍ୟ ଅନୁଧ୍ୟାନ ପାଇଁ ସିସିଟିଭି କ୍ୟାମେରା ଲାଗିବ। ଅନୁଗୋଳ ସହର ସମେତ ଖଣି ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଦିନକୁ ଦିନ ଅପରାଧ ବୃଦ୍ଧି ସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ରଙ୍କ ପ୍ରସ୍ତାବ କ୍ରମେ ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଜିଲା ଖଣିଜ ପ୍ରତିଷ୍ଠାନରୁ ୧ କୋଟି ୫୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସହରର ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଅଞ୍ଚଳରେ ଏହି ସିସିଟିଭି କ୍ୟାମେରା ଲଗାଯାଇ ଏକ ସ୍ବତନ୍ତ୍ର ପୋଲିସ ନିୟନ୍ତ୍ରଣ ମାଧ୍ୟମରେ କାର୍ଯ୍ୟକ୍ଷମ କରାଯିବ। ଏହି କକ୍ଷରୁ ତାଲିମପ୍ରାପ୍ତ କର୍ମଚାରୀମାନେ ସନ୍ଦେହଜନକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବିଭିନ୍ନ ପ୍ରକାର ଅପରାଧ ଉପରେ କଡ଼ା ନଜର ରଖାଯାଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପରିବ ବୋଲି ଜିଲାପାଳ ଅନିଲ କୁମାର ସାମଲ କହିଛନ୍ତି। ଏହାଛଡ଼ା ଜିଲା ପୋଲିସକୁ ଅଧିକ ସଶକ୍ତ ତଥା ଅପରାଧ ହ୍ରାସ ଓ ନିୟନ୍ତ୍ରଣ କରିବାରେ ଏହା ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/7b6hPgAA

📲 Get Anugul-dhenkanal News on Whatsapp 💬