[anugul-dhenkanal] - ବିଳମ୍ବ ହେଉଛି ଜମି ଅଧିଗ୍ରହଣ: ଆଗଉନି ରାଜପଥ ପ୍ରଶସ୍ତୀକରଣ

  |   Anugul-Dhenkanalnews

ଛେଣ୍ଡିପଦା,୨୧ା୧୨ (ଡି.ଏନ.ଏ.)-ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ଆରମ୍ଭକୁ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ହୋଇଛି। ଜାତୀୟ ରାଜପଥ ବିଭାଗ(ଏନ୍‌ଏଚ୍‌ଏଆଇ) ତରଫରୁ ଅନୁଗୋଳଠାରୁ ଢେଙ୍କାନାଳ ଓ ମଙ୍ଗୁଳି ଛକ କଟକ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ରାଜପଥ ଚାରିଥାକିଆ କରିବାକୁ ଆବଶ୍ୟକତା ଅନୁଯାୟୀ ଜମି ଅଧିଗ୍ରହଣରେ ବିଳମ୍ବ ହେଉଛି। ଫଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ ରାସ୍ତା ପ୍ରଶସ୍ତୀକରଣ ଶେଷ ହେବା ନେଇ ଆଶଙ୍କା ଉପୁଜିଛି। କରି ସ୍ଥାନୀୟ ଜିଲା ପ୍ରଶାସନ ତଥା ଜାତୀୟ ରାଜପଥ ବିଭାଗ ପକ୍ଷରୁ ଜମି ସବୁ ଠିକ୍‌ ଭାବରେ ଅଧିଗ୍ରହଣ କରାଯାଇପାରୁ ନାହଁି। ଜିଲା ଭୂ-ଅର୍ଜନ ବିଭାଗ ପକ୍ଷରୁ ସମ୍ପୃକ୍ତ ଜମି କ୍ଷତିଗ୍ରସ୍ତ ତଥା ବାସହରା ପ୍ରଜାମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବା କ୍ଷେତ୍ରରେ ବିଳମ୍ବ କରାଯାଉଛି। ଅଧିକାଂଶ ସ୍ଥାନରେ ଜମି ଏବଂ ବାସଗୃହ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ଯୋଗୁ ପ୍ରଜା ଜିଲାପାଳଙ୍କଠାରେ ସେମାନଙ୍କ ଅଭିଯୋଗ ଉପସ୍ଥାପନ କରୁଛନ୍ତି। କ୍ଷତିଗ୍ରସ୍ତ ପ୍ରଜା ଉପଯୁକ୍ତ କ୍ଷତିପୂରଣ ପାଇପାରୁ ନ ଥିବାରୁ ଅନେକ ସ୍ଥାନରେ ପ୍ରଶାସନ ଓ ଠିକା ସଂସ୍ଥାକୁ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି। ପୋଲିସ ପ୍ରଶାସନ ତରଫରୁ ରାସ୍ତା ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉ ନ ଥିବା ବେଳେ କ୍ଷତିଗ୍ରସ୍ତ ସରକାରୀ ଅନୁଷ୍ଠାନ ବାବଦ କ୍ଷତିପୂରଣ ରାଶି ପ୍ରଦାନ ତଥା ରାସ୍ତାପାର୍ଶ୍ୱରେ ଥିବା ଶିକ୍ଷାନୁଷ୍ଠାନ ସ୍ଥାନାନ୍ତରରେ ମଧ୍ୟ ବିଳମ୍ବ ହେଉଛି। ଉଚ୍ଛେଦ ପୂର୍ବରୁ ପ୍ରତ୍ୟେକ ଡିପାର୍ଟମେଣ୍ଟର ଅଫିସର ଉପସ୍ଥିତ ରହି ନିୟମାନୁଯାୟୀ ସହଯୋଗ ତଥା ଅନୁଗୋଳ ଓ ଢେଙ୍କାନାଳ ପ୍ରଶାସନ ପକ୍ଷରୁ ଜମିଅଧିଗ୍ରହଣ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଗଲେ ନିର୍ମାଣ କାର୍ଯ୍ୟ ଆଗେଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ରାଜପଥ ପ୍ରଶସ୍ତୀକରଣ ଯୋଗୁ ବର୍ତ୍ତମାନ ରାସ୍ତା ସଙ୍କୁଚିତ ହୋଇପଡିଛି। ଫଳରେ ସେଠାରେ ଯାତାୟାତ କଷ୍ଟକର ହେବା ସହ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି। ଏ ଦିଗରେ ପ୍ରଶାସନ ସହ ଜାତୀୟ ରାଜପଥ ବିଭାଗ ଏବଂ ଜିଲା ଭୂ ଅର୍ଜନ ବିଭାଗ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଦାବି ହୋଇଛି। ସମ୍ପର୍କରେ ରାଜପଥ କାମ ନେଇଥିବା ଠିକାସଂସ୍ଥା ଗାୟତ୍ରୀ ପ୍ରୋଜେକ୍ଟ ଲିମିଟେଡର ଡେପୁଟି ପ୍ରୋଜେକ୍ଟ ମ୍ୟାନେଜର ଜି. ପଦ୍ମନାଭମ ନାନାଜୀ କୁହନ୍ତି, ପ୍ରଶାସନ ତଥା ଭୂ ଅର୍ଜନ ବିଭାଗ ପକ୍ଷରୁ ଜମିଅଧିଗ୍ରହଣ କାର୍ଯ୍ୟ ଯଥାଶୀଘ୍ର କରାଯାଇ ଜାତୀୟ ରାଜପଥ ବିଭାଗ ତତ୍ତ୍ୱାବଧାନରେ ସମସ୍ତ ଜମିଜମା ବାବଦ କ୍ଲିୟରାନ୍ସ ଦେବା ପରେ ରାସ୍ତା ନିର୍ମାଣ କାର୍ଯ୍ୟ ଆଗେଇ ପାରିବ। ସେହିପରି ଅନ୍ୟାନ୍ୟ ଆନୁସଙ୍ଗିକ ଅସୁବିଧା ସମସ୍ୟା ଯୋଗୁ ମଧ୍ୟ କାମ ଆଗେଇ ପାରୁନାହିଁ। ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଜରୁରୀ ବୋଲି ସେ କହିଛନ୍ତି। ଠିକାସଂସ୍ଥା ପକ୍ଷରୁ ଅଧିକାଂଶ ସ୍ଥାନରେ ସବ୍‌ଲେଟ କଣ୍ଟ୍ରାକ୍ଟରମାନଙ୍କୁ ମଧ୍ୟ କାମ ବଣ୍ଟନ କରାଯାଇଛି। ସମ୍ପୃକ୍ତ କଣ୍ଟ୍ରାକ୍ଟରମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି।

ଫୋଟୋ - http://v.duta.us/zTnu7wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/kw_dgwAA

📲 Get Anugul-dhenkanal News on Whatsapp 💬