[anugul-dhenkanal] - ସମାଧାନ ହେଉନି ଡମ୍ପିଂୟାର୍ଡ ବିବାଦ: ପୂର୍ବାହ୍ନ ୧୧ଟା ଯାଏ ସମୟ ଦେଲା ପ୍ରଶାସନ

  |   Anugul-Dhenkanalnews

ଅନୁଗୋଳ ଅଫିସ, ୨୧।୧୨- ଅନୁଗୋଳ କୁଶାସିଂହାଠାରେ ପୌରପରିଷଦ ଅଳିଆ ପଡ଼ିବା ବିବାଦ ଛିଣ୍ଡିବାର ନାଁ ଧରୁନି। ଦିନକୁ ଦିନ ସମସ୍ୟା ଜଟିଳ ହେବାରେ ଲାଗିଛି। ତେବେ ପ୍ରଶାସନ ଗ୍ରାମବାସୀଙ୍କୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମହଲତ ଦେଇଛି। ଗ୍ରାମବାସୀ ସେମାନଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଏହି ସମୟ ମଧ୍ୟରେ ନ ଜଣାଇଲେ ପ୍ରଶାସନ ପକ୍ଷରୁ ସେଠାରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଗୁରୁବାର ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।ଅନୁଗୋଳ କୁଶାସିଂହାରେ ନିର୍ମାଣ ହେଉଥିବା ଡମ୍ପିଂୟାର୍ଡକୁ ଗତ ୧୫ ତାରିଖରେ ଗ୍ରାମବାସୀ ବିରୋଧ କରିଥିଲେ। ଏ ନେଇ ପୋଲିସ ପକ୍ଷରୁ ୧୦୭ ଜାରି କରାଯାଇଥିଲା। ଗୁରୁବାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏ ନେଇ ବୈଠକ ବସିଥିଲା। ଡମ୍ପିଂୟାର୍ଡକୁ ବିରୋଧ କରିଥିବା ଗ୍ରାମବାସୀଙ୍କୁ ଅନ୍ୟ ସହରରେ ହୋଇଥିବା ଡମ୍ପିଂୟାର୍ଡ ବୁଲାଇ ଦେଖାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏଥିସହ ସେଠାରେ ଡମ୍ପିଂୟାର୍ଡ ନୁହେଁ ପ୍ରୋସେସ୍‌ ୟୁନିଟ୍‌ ହେବ ବୋଲି ବୁଝାଯାଇଥିଲା। ସେଠାରୁ ଉପତ୍ାଦନ ହେବାକୁ ଥିବା ସାର ଗ୍ରାମବାସୀଙ୍କୁ ଶସ୍ତାରେ ଯୋଗାଇ ଦିଆଯିବା ସହ ଲୋକମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏଥିସହ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଗ୍ରାମ ପୋଖରୀର ପୁନରୁଦ୍ଧାର କରାଯିବ ବୋଲି ପ୍ରଶାସନ ପ୍ରସ୍ତାବ ଦେଇଥିଲା। ହେଲେ ଗ୍ରାମବାସୀ ସମସ୍ତ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ। ଗ୍ରାମରେ ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମୁଖିଆମାନେ କହିଥିଲେ। ପ୍ରଶାସନ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସେମାନଙ୍କୁ ସମୟ ଦିଆଯାଇଥିବା ଉପଜିଲାପାଳ ଶତପଥୀ କହିଛନ୍ତି। ରାଜ୍ୟ ସରକାର ୨୦୦୯ରୁ ୫ ଏକର ଜାଗା ଡମ୍ପିଂୟାର୍ଡ ନିର୍ମାଣ କରିବାକୁ ଦେଇଛନ୍ତି। ଏଥିରେ ଗ୍ରାମବାସୀ ବିରୋଧ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଫୋଟୋ - http://v.duta.us/XfZK7wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/fQG8rwAA

📲 Get Anugul-dhenkanal News on Whatsapp 💬