[balasore] - ଏନ୍‌ଜିଟିର ଆଦେଶକ୍ରମେ ବାଲିଉତ୍ସ ପରିଦର୍ଶନ କଲେ ବିଶେଷଜ୍ଞ ଟିମ୍‌

  |   Balasorenews

ଜଳେଶ୍ୱର,୨୧ା୧୨ (ଡି.ଏନ୍‌.ଏ) : ନୂଆଦିଲ୍ଲୀ ସ୍ଥିତ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) କୋର୍ଟର ଆଦେଶକ୍ରମେ ଗୁରୁବାର ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ବିଳାଶପୁର, ମାକିଡ଼ିଆ ଓ ଦକ୍ଷିଣପ୍ରହରାଜପୁର ବାଲିଉତ୍ସକୁ ଏକ ବିଶେଷଜ୍ଞ ଟିମ୍‌ ପରିଦର୍ଶନ କରିଛନ୍ତି| ପୂର୍ବାହ୍ନ ୧୧ ଟାରୁ ୨ଟା ପର୍ଯ୍ୟନ୍ତ ଦୀର୍ଘ ୩ ଘଣ୍ଟାଧରି ପୂର୍ବାଞ୍ଚଳ ରେଞ୍ଜର ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି), ପଶ୍ଚିମବଙ୍ଗ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଡବ୍ଲ୍ୟୁବି ପିସିବି) ଏବଂ ଭୁବନେଶ୍ୱର ସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପି ସିବି)ର ଏକ ଉଚ୍ଚ କ୍ଷମତାସମ୍ପନ୍ନ ବିଶେଷଜ୍ଞ ଟିମ୍‌ ଅନୁଧ୍ୟାନ କରିଥିଲେ। ସିପିସିବିର ପୂର୍ବାଞ୍ଚଳ ରେଞ୍ଜର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଆର୍‌ସି ସକ୍ସେନାଙ୍କ ନେତୃତ୍ୱରେ ପରିଦର୍ଶନ କରିଥିବା ଏହି ଟିମ୍‌ରେ ପରିବେଶ ବୈଜ୍ଞାନିକ ଡ. ରିତା ଶାହ, ବରିଷ୍ଠ ପରିବେଶ ବୈଜ୍ଞାନିକ ଡ. ପିକେ ବୋରେଇ ଏବଂ ଓଡ଼ିଶା ପିସିବିର ମୁଖ୍ୟ ପରିବେଶ ଯନ୍ତ୍ରୀ ଡ. ନିହାର ରଂଜନ ସାହୁ ପ୍ରମୁଖ ବାଲିଉତ୍ସ ଗୁଡ଼ିକରୁ କିପରି ଭାବେ ପରିବେଶ ଆଇନ୍‌କୁ ଉଲ୍ଲଂଘନ କରି ଅହୋରାତ୍ର ନଦୀଗର୍ଭରୁ ଉଚ୍ଚ କ୍ଷମତାସମ୍ପନ୍ନ ବିଶିଷ୍ଟ ଅତ୍ୟାଧୁନିକ ସ୍ବମ୍ପପମ୍ପ ଓ ଜେସିବି ମେସିନ ଦ୍ୱାରା ବାଲି ଉତ୍ତୋଳନ କରାଯିବ ତାହା ଦୀର୍ଘ ସମୟଧରି ଦେଖିଥିଲେ। ଉକ୍ତ ଟିମ୍‌ ସହିତ ଜିଲା ପ୍ରଶାସନ ତରଫରୁ ଉପ ଜିଲାପାଳ ନିଲୁ ମହାପାତ୍ର, ସ୍ଥାନୀୟ ତହସିଲଦାର ଅଭିମନ୍ୟୁ ପଣ୍ଡା,ଏସ୍‌ଡିପିଓ ରାମଚନ୍ଦ୍ର ଗୌଡ଼ୁ,ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝି,ରାଇବଣିଆ ଥାନାଧିକାରୀ ରବୀନ୍ଦ୍ରନାଥ ବେହେରା ଓ ପୋଲିସବଳ ଉପସ୍ଥିତ ଥିଲେ। ଏହି ବିଶେଷଜ୍ଞ ଟିମ୍‌ ଆଜିର ପରିଦର୍ଶନକୁ ନେଇ ଏକ ବିସ୍ତୃତ ରିପୋର୍ଟ ଏନ୍‌ଜିଟି କୋର୍ଟଙ୍କ ଆଦେଶକ୍ରମେ ଗଠିତ ହୋଇଥିବା କମିଟି ନିକଟରେ ଦାଖଲ କରିବ ା ପ୍ରକାଶ ଯେ, ଦୀର୍ଘବର୍ଷ ଧରି ବାଲିଉତ୍ସ ଗୁଡ଼ିକରୁ ଉଭୟ ପଶ୍ଚିମବଙ୍ଗ ଓ ଓଡ଼ିଶା ରାଜ୍ୟର ବାଲିମାଫିଆ ବେଆଇନ୍‌ ଭାବେ ବାଲି ଉତ୍ତୋଳନ କରି ଆସୁଥିଲେ। ଏହାକୁ ନେଇ ସାମାଜିକକର୍ମୀ ସୁଦର୍ଶନ ଦାସ ଏନ୍‌ଜିଟି କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ଫୋଟୋ - http://v.duta.us/lrEbiQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/u-QGuAAA

📲 Get Balasore News on Whatsapp 💬