[balasore] - ବରପଦା-ଆଗରପଡ଼ା ରାସ୍ତା ଖୋଳି ଯାଞ୍ଚ

  |   Balasorenews

ଭଦ୍ରକ ଅଫିସ, ୨୧।୧୨ - ଭଦ୍ରକ ଭିଜିଲାନ୍ସ ଓ କଟକ ଭିଜିଲାନ୍ସର ବୈଷୟିକ ଟିମ୍‌ର ସଦସ୍ୟଙ୍କୁ ନେଇ ଏକ ଟିମ୍‌ ଗୁରୁବାର ଅପରାହ୍ନରେ ବରପଦା-ଆଗରପଡ଼ା ପୂର୍ତ୍ତ ବିଭାଗ ରାସ୍ତାର ଗୁଣବତ୍ତା ଯାଞ୍ଚ କରିଛି। ଏହି ରାସ୍ତା କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ବହୁବାର ଅଭିଯୋଗ ପରେ ଭଦ୍ରକ ଇନ୍ସପେକ୍ଟର ସୁଲୋଚନା ନାୟକଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍‌ ରାସ୍ତାର ଏକାଧିକ ସ୍ଥାନରେ ଖୋଳି ଗୁଣବତ୍ତା ଯାଞ୍ଚ କରୁଥିଲେ। ରାସ୍ତାର ବିଭିନ୍ନ ସ୍ଥାନରେ ଆବଶ୍ୟକ ପରିମାଣର ବାଲି ଫିଲିଂ କରାଯାଇ ନ ଥିବା ସହ ଅନ୍ୟାନ୍ୟ ସମସ୍ୟା ଥିବା ଯାଞ୍ଚ ବେଳେ ଜଣାପଡ଼ିଛି। ଚୂଡ଼ାନ୍ତ ରିପୋର୍ଟ ଆସିପାରି ନ ଥିବାରୁ ଅଧିକ ତଥ୍ୟ ମିଳିପାରି ନାହିଁ। ପୂର୍ତ୍ତ ବିଭାଗରେ ବାରମ୍ବାର ଅନିୟମିତତା ହେଉଥିବା ଅଭିଯୋଗ କ୍ରମେ ଭିଜିଲାନ୍ସ ଟିମ୍‌ ବିଭିନ୍ନ ସ୍ଥାନରେ ଖୋଳତାଡ଼ କରୁଥିବା ଜଣାପଡ଼ିଛି।

ସୂଚନାଥାଉ କି, ୧୩ କି.ମି. ୬୧୭ ମିଟର ଏହି ରାସ୍ତା କାର୍ଯ୍ୟ ୨୦୧୦ରୁ ଆରମ୍ଭ ହୋଇ ଦୁଇବର୍ଷ ତଳେ ଶେଷ ହୋଇଥିଲା। ରାସ୍ତା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ଅଭିଯୋଗ କରାଯାଇଥିଲା। ବିଭାଗୀୟ କେତେକ ଅଧିକାରୀଙ୍କୁ ହାତବାରିସୀ କରି ନିମ୍ନମାନର କାର୍ଯ୍ୟ କରି ପ୍ରକଳ୍ପ ବାବଦ ଟଙ୍କା ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଥିଲା। ଏପରିକି ଅଭିଯୋଗ ହେବା ପରେ ବାରମ୍ବାର ଏହି ରାସ୍ତାସାରା ଖାଲଢିପରେ ପରିପୂର୍ଣ୍ଣ ହେବାରୁ ମରାମତି ହୋଇଥିବା ମଧ୍ୟ ନଜିର ରହିଛି। ବରପଦାଠାରୁ ଆଗରପଡ଼ା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାସ୍ତା ଫାଟି ଅଁା କରିଥିଲା। ଫଳରେ ଦୈନିକ ଦୁର୍ଘଟଣା ଘଟୁଥିଲା।

ଫୋଟୋ - http://v.duta.us/rmcXXgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ihTswgAA

📲 Get Balasore News on Whatsapp 💬