[berahampur] - ଗ୍ରାମୀଣ ଡାକ ସେବକ ସଂଘର ଧାରଣା

  |   Berahampurnews

ଫୁଲବାଣୀ ଅଫିସ, ୨୧ା୧୨- ଫୁଲବାଣୀ ଡାକ ଘର ସମ୍ମୁଖରେ ଗୁରୁବାର ବିଭିନ୍ନ ଦାବିରେ ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ସଂଘ ପକ୍ଷରୁ ଧାରଣା ଦିଆଯାଇଛି। ସରକାର ଯେ ପର୍ଯ୍ୟନ୍ତ ଦାବି ପୂରଣ ନ କରିଛନ୍ତି, ସେ ପର୍ଯ୍ୟନ୍ତ ଧାରଣା ଚାଲିବ ବୋଲି ସଂଘ ସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନ କହିଛନ୍ତି। ସେ ଆହୁରି କହିଛନ୍ତି, ପୂର୍ବରୁ ଆମେ ଧର୍ମଘଟ କରିଥିଲୁ। ସରକାର ଦାବି ମାନି ନେଇଥିଲେ। ହେଲେ ଦାବି ଅନୁସାରେ କାର୍ଯ୍ୟକଲେ ନାହିଁ। ନିଜ ଇଚ୍ଛାରେ ୭ମ ବେତନ କମିଶନ ଲାଗୁ କରିଛନ୍ତି। ଆମେ ଏହାକୁ ବିରୋଧ କରୁଛୁ। ଗ୍ରାମୀଣ ଡାକ ସେବକ(ଜିଡିଏସ୍‌) କମିଟିର ସମସ୍ତ ରିପୋର୍ଟ ଲାଗୁ କରିବା ସହ ଅବସରକାଳୀନ ସୁବିଧା ଜାନୁୟାରୀ ୨୦୧୬ରୁ ଲାଗୁ କରିବା, ଗ୍ରାଚ୍ୟୁଇଟି ୧ ଲକ୍ଷ ୫୦ ହଜାରରୁ ୫ ଲକ୍ଷକୁ ବୃଦ୍ଧି, ଇଏସ୍‌ଆଇ ଏବଂ ଇପିଏଫ ପ୍ରଦାନ, ପ୍ରତ୍ୟେକ ଶାଖା ଡାକ ଘରକୁ ଦୁଇଜଣ କର୍ମଚାରୀ ନିଯୁକ୍ତି ଦେବା, ଜିଡିଏସ୍‌ ମାନଙ୍କ କାର୍ଯ୍ୟ କରିବା ସମୟ ୮ ଘଣ୍ଟା ମଞ୍ଜୁର କରି ବିଭାଗୀୟ କର୍ମଚାରୀ ପାଉଥିବା ସମସ୍ତ ସୁବିଧା ଏବଂ ପେନସନ ପ୍ରଦାନ ଆଦି ଦାବି ରହିଛି ବୋଲି ସଂଘ ସମ୍ପାଦକ ମାନସ ରଞ୍ଜନ ପାତ୍ର ଏବଂ କୋଷାଧ୍ୟକ୍ଷ ହାଡିବନ୍ଧୁ ପୂଜାରୀ ପ୍ରକାଶ କରିଛନ୍ତି। ଦିଲୀପ କୁମାର ବିଶୋଇ, ଅଚ୍ୟୁତ ମାଝି, ଅଶୋକ ସାହୁ, ରଞ୍ଜନ କୁମାର ସାହୁ ପ୍ରମୁଖ ଗଣଧାରଣାରେ ସାମିଲ ହୋଇଛନ୍ତି।

ଫୋଟୋ - http://v.duta.us/1zLx9wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/9KWQfwAA

📲 Get Berahampur News on Whatsapp 💬