[berahampur] - ତିତ୍‌ଲିକୁ ୨ ମାସ ବିତିଲା, କ୍ଷତିଗ୍ରସ୍ତଙ୍କୁ ମିଳୁନି ସହାୟତା

  |   Berahampurnews

ଚନ୍ଦ୍ରଗିରି,୨୧ା୧୨(ଡି.ଏନ୍‌.ଏ.)- ତିତ୍‌ଲି ବାତ୍ୟାରେ ଗଜପତି ଜିଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ସହାୟତା ଯୋଗାଇ ଦେବାକୁ ଉଦ୍ୟମ ହୋଇଥିଲା। ମାତ୍ର ବାତ୍ୟାକୁ ୨ ମାସ ବିତିଥିଲେ ମଧ୍ୟ ଅନେକ ସ୍ଥାନରେ ସ୍ଥାନୀୟ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ଏବେବି ବହୁ ହିତାଧିକାରୀ ସହାୟତାରୁ ବଞ୍ଚତ୍ତ ରହିଛନ୍ତି। ଅନେକ ସ୍ଥାନରେ କ୍ଷୟକ୍ଷତି ହୋଇ ନ ଥାଇ ମଧ୍ୟ କ୍ଷତିପୂରଣ ପାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଲକ ଶିକୁଳିପଦର ପଞ୍ଚାୟତ କାମ୍ପଗୁଡା ଗ୍ରାମରେ।ଗ୍ରାମର ବିଶ୍ୱନାଥ ଦଳାଇଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଥିବାବେଳେ ସର୍ଭେ ହୋଇଥିଲା ମାତ୍ର ଏପର୍ଯ୍ୟନ୍ତ କ୍ଷତିପୁରଣ ମିଳି ନାହିଁ। ସେହିପରି ସୁମନାଇ ପାଇକ, ତାରିଣୀ ନାୟକ, ଇଅଁଳା ନାୟକଙ୍କ ଘର ଭାଙ୍ଗିଥିବାବେଳେ ସେ ସହାୟତା ପାଇନାହାନ୍ତି। ରଶ୍ମିତା ପାଇକଙ୍କ ଘର ଭାଙ୍ଗିଛି, ହେଲେ ରାଶନକାର୍ଡ ନ ଥିବାରୁ ସହାୟତା ମିଳି ନ ଥିବା ସେ କହିଛନ୍ତି। ଗ୍ରାମର କେତେଜଣ ଯୁବକ ବହୁ ଥିଲାବାଲା ଓ ନେତା ଘରଭଙ୍ଗା ସହାୟତା ହାତେଇ ଥିବା ଅଭିଯୋଗ କରିଛନ୍ତି। ଏନେଇ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ସହ ଯୋଗାଯୋଗ କରିବାରୁ, ମୁଁ ଉକ୍ତ ଗଁାକୁ ଯାଇ ଘର ଭାଙ୍ଗିଥିବା ଲୋକଙ୍କ ସହ ଆଲୋଚନା କରି କ’ଣ ପାଇଁ କ୍ଷତିପୂରଣ ମିଳିନାହିଁ ବୁଝିବି ବୋଲି କହିଛନ୍ତି।

ଫୋଟୋ - http://v.duta.us/wr78mgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ZBqN7gAA

📲 Get Berahampur News on Whatsapp 💬