[berahampur] - ପଲିଥିନ୍‌କୁ ନା’, ବଣ୍ଟାହେଲା କପଡ଼ା ବ୍ୟାଗ୍‌

  |   Berahampurnews

ବ୍ରହ୍ମପୁର ଅଫିସ,୨୧ା୧୨- ପରିବେଶ ଉପରେ ପଲିଥିନ୍‌ର କୁପ୍ରଭାବକୁ ନେଇ ଏବେ ସବୁଆଡ଼େ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ରାଜ୍ୟ ସରକାର ଗାନ୍ଧୀ ଜୟନ୍ତୀରୁ ପଲିଥିନ୍‌ ବିକ୍ରି ଏବଂ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି । ତଥାପି ଅନେକ ସ୍ଥାନରେ ଲୁଚାଛପା ପଲିଥିନ୍‌ ବିକ୍ରି ଓ ବ୍ୟବହାର ହେଉଛି। ଏହା ବିରୋଧରେ ଗୁରୁବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମାରୱାଡ଼ି ମହିଳା ସମିତି, ଆଞ୍ଚଳିକ ବିକାଶ ପରିଷଦ, ବ୍ରହ୍ମପୁର ସବୁଜ ବାହିନୀ, ବକ୍ସିଂ ଓଡ଼ିଶା ଏବଂ ବନ ବିଭାଗ ତରଫରୁ ପ୍ଲାଷ୍ଟିକ୍‌ ମୁକ୍ତ ସଚେତନତା ପଦଯାତ୍ରା ଏବଂ ମାଗଣାରେ ଲୋକଙ୍କୁ କପଡ଼ା ବ୍ୟାଗ୍‌ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲା ଇକୋ କ୍ଲବ ସଂଯୋଜକ ଡ. ଶଙ୍କର ନାରାୟଣ ବେଜ୍‌ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ସମ୍ମାନିତ ଅତିଥି ବ୍ରହ୍ମପୁର ଡିଏଫ୍‌ଓ ଆଶିଷ କୁମାର ବେହେରା, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ଶିକ୍ଷାବିତ୍‌ ସୁଧୀର ରାଉତ, ଅଧ୍ୟାପକ ସଚ୍ଚିଦାନନ୍ଦ ପାଢୀ, ମଧୁମେହ ବିଶେଷଜ୍ଞ ଡା. ସୁନୀଲ କୋଟା, ଚକ୍ଷୁ ବିଶେଷଜ୍ଞ ଡା. ନାଗେଶ୍ୱର ସୁବୁଦ୍ଧି ଓ ମହିଳା ସମିତି ଅଧ୍ୟକ୍ଷା ମମତା ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ । ସକାଳେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ପଦଯାତ୍ରା ବାହାରି କୋର୍ଟପେଟା ଛକଦେଇ ମର୍ଦ୍ଦରାଜ ଭେଣ୍ଡିଙ୍ଗ୍‌ ଜୋନ୍‌ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ପରିବା କିଣୁଥିବା ଜନସାଧାରଣଙ୍କୁ ପଲିଥିନ୍‌କୁ ବ୍ୟବହାର ନ କରିବାକୁ ସଚେତନ କରାଯାଇଥିଲା। ଗ୍ରାହକଙ୍କୁ କପଡ଼ା ବ୍ୟାଗ୍‌ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ମାରୱାଡ଼ି ମହିଳା ସମିତିର ସମ୍ପାଦିକା ରୁବି ଖେମାନି, ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏମ୍‌. ଦିଲୀପ କୁମାର, ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର କୁମାର ପାତ୍ର, କୋଷାଧ୍ୟକ୍ଷ ବିଜେନ୍ଦ୍ର ମାଝି, ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା, ବକ୍ସିଂ ଓଡ଼ିଶାର ସମ୍ପାଦକ କବିରାଜ ଗୌଡ଼, ପ୍ରମିଳା ସରାଫ, ସୁମନ ସରାଫ, ବୀଣା ବଗାରିଆ, ପ୍ରଭା ସୁରେଖା, ନୀଲୁ ଚୌଧୁରୀ, ସୋନା ଗୌରୀସାରିଆ, ବନମାଳୀ ପ୍ରଧାନ, ସୋନୁ ମାନ୍ନା, ଦୁର୍ଗାମାଧବ ପାଣିଗ୍ରାହୀ, ଧର୍ମରାଜ ପାତ୍ର, ସୁନୀଲ ପାତ୍ର, ମନୋରମା ମହାରଣା ଓ ସନ୍ତୋଷ କୁମାର ବେହେରାଙ୍କ ସମେତ ବହୁ ଜନସାଧାରଣ ସାମିଲ ହୋଇଥିଲେ ।

ଫୋଟୋ - http://v.duta.us/p0TS3AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/DWtIIAAA

📲 Get Berahampur News on Whatsapp 💬