[berahampur] - ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

  |   Berahampurnews

ପୋଲସରା,୨୧ା୧୨(ଡି.ଏନ.ଏ.)-ରାଜ୍ୟ ସରକାର ବହୁ ସ୍ବାସ୍ଥ୍ୟ ଯୋଜନାମାନ ପ୍ରଣୟନ କରୁଛନ୍ତି। ଗରିବମାନଙ୍କ ମଧ୍ୟରେ ମହିଳାମାନଙ୍କ କ୍ଷେତ୍ରରେ ଚିକିତ୍ସା ଲାଗି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବହୁ ବ୍ୟବସ୍ଥା ରହିଛି। କିନ୍ତୁ ସରକାରଙ୍କ ଏହି ଯୋଜନା ଗୁଡ଼ିକର ବିଫଳତା ସାଙ୍ଗକୁ ରୋଗୀସେବା ବହୁଦିନ ହେଲା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଡାକ୍ତର ନିଯୁକ୍ତି ହୋଇ ନ ଥିବାରୁ ଛୋଟ ରୋଗ ପାଇଁ ରୋଗୀଙ୍କୁ ବ୍ରହ୍ମପୁର ପଠାଇ ଦିଆଯାଉଛି। ରୋଗୀମାନେ ଘରୋଇ ଚିକିତ୍ସା କେନ୍ଦ୍ରରେ ଦେଖାଇ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି। ଏଭଳି ବିପର୍ଯ୍ୟସ୍ତ ରୋଗୀସେବା ଦେଖିବାକୁ ମିଳିଛି ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଏହି ବିପର୍ଯ୍ୟସ୍ତ ରୋଗୀ ସେବାରେ ସୁଧାର ଆଣିବା ଲାଗି ବହୁବାର ରାଜ୍ୟ ସରକାର, ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟମନ୍ତ୍ରୀ, ଗଞ୍ଜାମ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। କିନ୍ତୁ କିଛି ସୁଫଳ ମିଳିପାରିନି। ଏହି ବିପର୍ଯ୍ୟସ୍ତ ରୋଗୀସେବାକୁ ନେଇ ନାଗରିକ ସୁରକ୍ଷା ମଞ୍ଚ ଓ ଅଧିକାର ମଞ୍ଚର ଜିଲା ସଭାପତି ସମରଜିତ ମହାନ୍ତି ବୁଧବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରିଟ୍‌ ପିଟିଶନ୍‌ ୨୦୮୬୧/୧୮ରେ ଆବେଦନକୁ ଉଚ୍ଚ ନ୍ୟାୟାଳୟ ଗ୍ରହଣ କରିଛନ୍ତି। ଏହି ଜନସ୍ବାର୍ଥ ମାମଲା ସହିତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆଦିଙ୍କୁ ମଧ୍ୟ ରେଜିଷ୍ଟ୍ରି ଡାକ ଯୋଗେ ଅବଗତ କରାଯାଇଛିି।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/42UpDAAA

📲 Get Berahampur News on Whatsapp 💬