[berahampur] - ହରୋବିନୋ ବିଦ୍ୟା ଭବନ, ସିଡବ୍ଲ୍ୟୁସି, ଡିସିପିୟୁର ଯାଞ୍ଚ

  |   Berahampurnews

ବ୍ରହ୍ମପୁର ଅଫିସ୍‌,୨୧ା୧୨- ବ୍ରହ୍ମପୁର ହିଲ୍‌ପାଟଣା ହରୋବିନୋ ବିଦ୍ୟା ଭବନ (ଇଂରାଜୀ ମିଡିୟମ୍‌)ରେ ଗୁରୁବାର ପୂର୍ବାହ୍ନରେ ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି) ଏବଂ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ (ଡିସିପିୟୁ) ପକ୍ଷରୁ ଯାଞ୍ଚ କରାଯାଇଛି। ଏକ ଲଘୁ ସମ୍ପ୍ରଦାୟ ଚାରିଟେବଲ୍‌ ଟ୍ରଷ୍ଟ ପକ୍ଷରୁ ପରିଚାଳିତ ଏହି ବିଦ୍ୟା ଭବନରେ ଅନ୍ତେବାସୀଙ୍କ ପାଇଁ ୨୦୧୯ ମାର୍ଚ୍ଚ ୩୧ ଯାଏ ଡେଡ୍‌ ଲାଇନ୍‌ ଦିଆଯାଇଥିବା ସୂଚନା ମିଳିଛି। ବେଆଇନ ଭାବେ ଚାଲିଥିବା ଏହି ବିଦ୍ୟାଭବନକୁ ଚଳିତ ଶିକ୍ଷା ବର୍ଷରେ ଅନ୍ତେବାସୀ ଛାତ୍ରୀ ଛାତ୍ରଙ୍କ ପରୀକ୍ଷା ଶେଷ ହେବା ଯାଏ ଚାଲୁ ରଖିବାକୁ ଅନୁମତି ମିଳିଥିବା ଜଣାପଡିଛି।

ଖ୍ରୀଷ୍ଟ ମାସ ପାଳନ ପାଇଁ ଗୁରୁବାରରୁ ଛୁଟି କରି ଦିଆଯାଇଛି। ଅନ୍ତେବାସୀଙ୍କୁ ସେମାନଙ୍କ ଅଭିଭାବକମାନେ ନିଜ ନିଜ ଘରକୁ ନେଇଯାଇଥିବା ଦେଖିବାକୁ ମିଳିଛି। ଜାନୁୟାରୀ ୨ ତାରିଖ ପରେ ଅନ୍ତେବାସୀମାନେ ବିଦ୍ୟାଭବନକୁ ଆସିବେ ବୋଲି ଅନୁଷ୍ଠାନ ପରିଚାଳନା ନିର୍ଦ୍ଦେଶକ ଜେ.ଆର୍‌.ପାତ୍ର ସୂଚନା ଦେଇଛନ୍ତି। ପ୍ରକାଶଯେ, ହରୋବିନୋ ବିଦ୍ୟା ଭବନରେ ଅନ୍ତେବାସୀଙ୍କୁ ରଖିବା ପାଇଁ ସରକାରଙ୍କ ସମସ୍ତ ସର୍ତ୍ତାବଳୀକୁ ପାଳନ କରାଯାଉଛି ନା ଉଲ୍ଲଂଘନ ହେଉଛି ସେସବୁର ସତ୍ୟାସତ୍ୟ ଯାଞ୍ଚ କରିବା ପାଇଁ ଗୁରୁବାର ଶିଶୁ କଲ୍ୟାଣ ସମିତି ସଦସ୍ୟ ମିନତି ପ୍ରଧାନ, ଶ୍ୟାମକାନ୍ତ ଜେନା ଏବଂ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ଶରତ ଚନ୍ଦ୍ର ମହାରଣା ପ୍ରମୁଖ ପହଞ୍ଚିଥିଲେ। ଅନ୍ତେବାସୀଙ୍କ ସୁରକ୍ଷା ଏବଂ ସେମାନଙ୍କ ରକ୍ଷଣା ବେକ୍ଷଣ ନେଇ ସମସ୍ତ କାଗଜାତ ଯାଞ୍ଚ କରିଥିଲେ। ଏଠାରେ ସମସ୍ତ ସର୍ତ୍ତାବଳୀ ଉଲ୍ଲଂଘନ ନେଇ ଜିଲା ପ୍ରଶାସନକୁ ଜଣାଯାଇଥିଲା।

ଫୋଟୋ - http://v.duta.us/YZzw7gAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/emx4tgAA

📲 Get Berahampur News on Whatsapp 💬