[odisha] - ନଗଡ଼ା ସ୍ବାସ୍ଥ୍ୟସେବାର ଅସଲ ଚିତ୍ର, ଜଙ୍ଗଲରେ ଫିଙ୍ଗିଲେ ସରକାରୀ ଔଷଧ

  |   Odishanews

କାଳିଆପାଣି: ନଗଡ଼ା ଜଙ୍ଗଲରେ ଫିଙ୍ଗା ଯାଇଛି ସରକାରୀ ଔଷଧ। ରୋଗୀ ଓ ଅପପୁଷ୍ଟିର ଶିକାର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଥିବା ମୂଲ୍ୟବାନ ବଟିକା, ସିରପ୍, ଭିଟାମିନ, ମଲମ, ଇଞ୍ଜେକ୍ସନ, ନାଜାଲ୍‌ ଡ୍ରପ୍, ଆଇଡ୍ରପ୍, ଇୟର ଡ୍ରପ୍‌ ଭଳି ଔଷଧ ସବୁ ଜଂଗଲରେ ପଡି ଖତ ଖାଉଛି। ବୈଧ ତାରିଖ ଥିବା ପେଟି ପେଟି ଭିଟାମିନ୍ ଓ ପୁଷ୍ଟିସାରଯୁକ୍ତ ସିରପ୍ ସହ ରୋଗ ପ୍ରତିରୋଧକ ଔଷଧ ଆମୋକ୍ସିଲିନ, ସେଫିଜାଇମ୍, କାଟିଲକ୍ସ, ନ୍ୟୁଟ୍ରିଜ‌ାଇମ୍‌ ସାଇନୋକାଲ ଭଳି ଔଷଧ ଜଙ୍ଗଲ ଭିତରେ ଫୋପଡ଼ା ହୋଇଥିବା ଦେଖିବାକୁ ମିଳିଛି। ଏପରିକି ୬ ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ସ୍ବାସ୍ଥ୍ୟ ପଞ୍ଜୀକରଣରେ ବ୍ୟବହୃତ ଗୋଛା ଗୋଛା ଆରବିଏସ୍‌କେ ରେଫରାଲ୍‌ କାର୍ଡ ବି ସେହି ଔଷଧ ଗଦା ଉପରେ ପଡ଼ିରହିଛି। ଏଥିସହ ଗଜ୍ କପଡ଼ା ଓ ତୁଳା ବି ପଡ଼ିଛି। ସରକାରଙ୍କ ପକ୍ଷରୁ ନଗଡ଼ାରେ ଗତ ଅଢ଼େଇ ବର୍ଷ ଧରି ଜାରି ରହିଥିବା ମାଗଣା ସ୍ବାସ୍ଥ୍ୟସେବାର ଏହା ହିଁ ନଗ୍ନରୂପ ବୋଲି ସାଧାରଣରେ ଅଭିଯୋଗ ହୋଇଛି।...

ଫୋଟୋ - http://v.duta.us/rM7VTQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/xE3MswAA

📲 Get Odisha News on Whatsapp 💬