[odisha] - ନିର୍ବାଚନ ପାଇଁ ବ୍ୟାଙ୍କ ଢାଲ

  |   Odishanews

ଭୁବନେଶ୍ବର: ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସ୍ବାସ୍ଥ୍ୟକୁ େନଇ ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ େଯଉଁ ଶୀତଳ ଯୁଦ୍ଧ ଚାଲିଥିଲା, ସେଥିରେ ସୁଧାର ଆସିବା ପରେ ଶେଷରେ େକନ୍ଦ୍ର ସରକାର ବ୍ୟାଙ୍କମାନଙ୍କୁ େନଇ ନୂଆ େଖଳ ଆରମ୍ଭ କରିଛନ୍ତି। ଆସନ୍ତା ନିର୍ବାଚନ ପୂର୍ବରୁ ଦୁର୍ବଳ ବ୍ୟାଙ୍କ ସ୍ଥିତିକୁ ସୁଦୃଢ କରିବା ଲାଗି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ହଜାରେ କି ଦଶ ହଜାର ନୁହେଁ, ଖୁବଶୀଘ୍ର ଏସବୁ ବ୍ୟାଙ୍କକୁ ଆସନ୍ତା ୩ମାସ ମଧ୍ୟରେ ଆଉ ୮୩ ହଜାର େକାଟି ଟଙ୍କା ଦେବାକୁ େକନ୍ଦ୍ର ସରକାର ନିଷ୍ପତ୍ତି େନଇଛନ୍ତି। ପୂର୍ବରୁ ୬୫ ହଜାର େକାଟି େଯାଜନା େହାଇଥିଲା ଓ ଏ ମଧ୍ୟରୁ ୨୩ ହଜାର େକାଟି ପ୍ରଦାନ କରାଯାଇସାରିଛି। ଆଉ ୪୨ ହଜାର େକାଟି ଦିଆଯାଇଥାନ୍ତା। ଏମିତି ସ୍ଥିତିରେ େକନ୍ଦ୍ର ସରକାର ଆଜି ଆଉ ୪୧ ହଜାର େକାଟି ଟଙ୍କା ବ୍ୟାଙ୍କକୁ େଦବା ଲାଗି ସଂସଦର ଅନୁମତି େଲାଡିଛନ୍ତି। େକନ୍ଦ୍ର ସରକାର ଆଶା କରିଛନ୍ତି, ଥରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଆର୍ଥିକ ସ୍ଥିତି ସୁଧୁରିଗଲେ, ବେକାରୀ ପ୍ରସଙ୍ଗ େନଇ ବିେରାଧୀ ଯେଉଁ ନାରାବାଜି ଚଳାଇଛନ୍ତି, ତାହାର ମୁକାବିଲା କରାଯାଇପାରିବ। ଆତ୍ମନିଯୁକ୍ତି େକ୍ଷତ୍ରରେ େକନ୍ଦ୍ର ସରକାର ଋଣର ବନ୍ୟା କରିଦେବେ। ଶିଳ୍ପସଂସ୍ଥାକୁ ମଧ୍ୟ ଅଧିକରୁ ଅଧିକ ଋଣ ପ୍ରଦାନ କଲେ, ଏହା କେବଳ ନିଯୁକ୍ତି େକ୍ଷତ୍ରକୁ େପ୍ରାତ୍ସାହିତ କରିବ ତା ନୁହେଁ, ଶିଳ୍ପଜଗତ ଯେଭଳି ସରକାର ବିେରାଧୀ ଆଭିମୁଖ୍ୟ ଗ୍ରହଣ କରିବା ଲାଗି ପାଗ ଭିଡୁଛନ୍ତି, ସେଥିରେ ବି ସୁଧାର ଆସିପାରେ। େକନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ େନଇ ଅର୍ଥନୀତିଜ୍ଞମାେନ ବିସ୍ମୟ ପ୍ରକଟ କରିଛନ୍ତି। କିନ୍ତୁ ରାଜନୈତିକ ମହଲର କହିବା କଥା େହଉଛି, ଏହା ନିର୍ବାଚନ ପରିପ୍ରେକ୍ଷୀରେ େକନ୍ଦ୍ର ସରକାରଙ୍କର ଏକ ବଡ଼ ଚାଲ୍ ବୋଲି କୁହାଯାଇପାରେ।...

ଫୋଟୋ - http://v.duta.us/MuZBygAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/n18b0AAA

📲 Get Odisha News on Whatsapp 💬