[rayagada] - ପୁଣି ତେଜିପାରେ ଜେକେ କାଗଜକଳ ଠିକା ଶ୍ରମିକଙ୍କ ଆନ୍ଦୋଳନ

  |   Rayagadanews

ରାୟଗଡା ଅଫିସ,୨୧ା୧୨- ରାୟଗଡାର ଜେକେ କାଗଜକଳରେ ଦୀର୍ଘ ଦିନ ହେବ ଶ୍ରମିକ ବିବାଦ ଲାଗି ରହିଛି। ହେଲେ ଏଥିରେ ପ୍ରଶାସନ ମଧ୍ୟସ୍ଥ ସାଜିଥିଲେ ମଧ୍ୟ ଦାବି ପୂରଣ ହେଉ ନାହିଁ ା ତେଣୁ ପୁଣିଥରେ ନୂତନ ବର୍ଷ ପ୍ରାରମ୍ଭରୁ ଶ୍ରମିକମାନେ ଆନ୍ଦୋଳନ କରିବେ ବୋଲି ଶ୍ରମିକ ନେତାମାନେ ସୂଚନା ଦେଇଛନ୍ତିି। ଏ ନେଇ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଶାନ୍ତ ତ୍ରିପାଠୀ ଏବଂ ଡେପୁଟି କଲେକ୍ଟର ନାରାୟଣ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି ା ଏଥିସହ ଏକ ପ୍ରେସ ବିଜ୍ଞପ୍ତି ଗଣମାଧ୍ୟମକୁ ପ୍ରଦାନ କରାଯାଇଛି। ଏଥିରେ ଉଲ୍ଳେଖ ରହିଛି ଯେ, ଜେକେପୁରଠାରେ ଥିବା ଜେକେ କାଗଜ କଳରେ କାର୍ଯ୍ୟରତ ୪୫୦୦ରୁ ଊଦ୍ଧ୍ୱର୍ର୍ ଠିକା ଶ୍ରମିକ ସର୍ବନିମ୍ନ ମଜୁରି ମାସିକ ୧୮ହଜାର ଟଙ୍କା,ବାର୍ଷିକ ଦରମା ବୃଦ୍ଧି,କୁଶଳତାର ସ୍ତର ଅନୁଯାୟୀ ଦରମା ପ୍ରଦାନ, ଠିକା ଶ୍ରମିକମାନଙ୍କର ହକ୍‌ ଓ ଅଧିକାର ଉପରେ ଆଧାରିତ ବୈଧାନିକ ଦାବି ନେଇ କମ୍ପାନୀର ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏକ ୧୪ଦଫା ଦାବି ପ୍ରଦାନ କରାଯାଇଥିଲା ା ଏମିତି କି ଜିଲା ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିଲା। କିନ୍ତୁ ପରିତାପର ବିଷୟ କମ୍ପାନୀ ପରିଚାଳନା କର୍ତ୍ତୃପକ୍ଷଙ୍କ ଅସହଯୋଗ ଓ ଉଦାସୀନତା ଯୋଗୁଁ ଜିଲା ପ୍ରଶାସନର ସମସ୍ତ ଉଦ୍ୟମ ସତ୍ତ୍ୱେ କୈାଣସି ସମାଧାନର ସୂତ୍ର ବାହାରି ନ ପାରିବାରୁ ଠିକା ଶ୍ରମିକମାନେ ଗତ ଦିନରେ ଧର୍ମଘଟ କରିଥିଲେ। ହେଲେ କମ୍ପାନୀ କର୍ତ୍ତୃପକ୍ଷ ଏହି ଧର୍ମଘଟକୁ ବେଆଇନ ଦର୍ଶାଇ କମ୍ପାନୀ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ଉଭୟ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନର ଆଲୋଚନା ପରେ ସମସ୍ତ ଦାବି ଓ ସମସ୍ୟାର ସମାଧାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ନେଇ ଜିଲା ପ୍ରଶାସନ ଓ ଶ୍ରମ ବିଭାଗ ସହ ବହୁବାର ଆଲୋଚନା କରାଯାଇଥିଲେ ହେଁ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉଦାସୀନତା ଓ ଶ୍ରମିକ ମାରଣ ନୀତି ଯୋଗୁଁ କୌଣସି ସୁଫଳ ମିିଳିପାରି ନ ଥିବା ଶ୍ରୀ ହରେନ୍ଦ୍ରନାଥ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏହାକୁ କେନ୍ଦ୍ର କରି ପୁଣିଥରେ ଠିକା ଶ୍ରମିକମାନଙ୍କ ମଧ୍ୟରେ ନୈରାଶ୍ୟତା ଓ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ଅସନ୍ତୋଷ ଆଗାମୀ ଦିନରେ ଧର୍ମଘଟ, ଗଣଧାରଣା ଓ ଆମରଣ ଅନଶନରେ ରୂପାନ୍ତରିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଶ୍ରମିକ ନେତାମାନେ କହିଛନ୍ତି ା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଠିକା ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ ଦିଗରେ ସହାୟତାର ହାତ ବଢେଇବେ ବୋଲି ସାଧାରଣ ସଂପାଦକ ପେଦେଣ୍ଟି ରାମୁଲୁ ସୂଚନା ଦେଇଛନ୍ତି। ଦାବିପତ୍ର ପ୍ରଦାନ ବେଳେ ସଂଘର ଗାଙ୍ଗା ପୁଲୁକା, ମଣିଆକା ବେଣ୍ଡୀ,ଏସ.ମାଇନର ବାବୁ, ପେଦେଣ୍ଟିି ସୀତାରାମ, ସନ୍ତୋଷ ସୁନା ଓ ଏସ.କେ.ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/JkYb4wAA

📲 Get Rayagada News on Whatsapp 💬