[rayagada] - ୩୨ ଏକର ଗଞ୍ଜେଇ ଚାଷ ପୋଡ଼ାଗଲା

  |   Rayagadanews

ଲମତାପୁଟ/କୋରାପୁଟ,୨୦ା୧୨(ଡି.ଏନ୍‌.ଏ./ସ୍ବ.ପ୍ର.): କୋରାପୁଟ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର କୋରାପୁଟ ଅବକାରୀ ବିଭାଗ ଓ ଡିଭିଏଫ୍‌, ବନ ବିଭାଗ ମିଳିତ ଭାବେ ଗଞ୍ଜେଇ ଚାଷ ହୋଇଥିବା ଅଞ୍ଚଳରେ ଚଢ଼ାଉ କରିଛି। ଆନ୍ଧ୍ର ସୀମାନ୍ତରେ କରାଯାଇଥିବା ୩୨ ଏକର ଜମିରେ ଗଞ୍ଜେଇ ନଷ୍ଟ କରାଯାଇଥିଲା, ଯାହାର ମୂଲ୍ୟ ପ୍ରାୟ ୩ କୋଟି ୨୦ ଲକ୍ଷ ଟଙ୍କା ହେବ। ମାଓବାଦୀ ପ୍ରବଣ ଲମତାପୁଟ ବ୍ଲକର ବାଲେଲ ପଞ୍ଚାୟତର ବିଭିନ୍ନ ପାହାଡ଼ିଆ ଜମିରେ କରାଯାଇଥିବା ଏହି ଚାଷରେ ଗଞ୍ଜେଇ ଗଛ ଓପାଡ଼ି ତାକୁ ପୋଡ଼ିଯାଇଛି। ଚଢ଼ାଉରେ କୋରାପୁଟ ଅବକାରୀ ଇନ୍ସପେକ୍ଟର ମନମୋହନ ଧାଙ୍ଗଡ଼ାମାଝି, ମାଛକୁଣ୍ଡ ଥାନା ଅଧିକାରୀ ସୁଦର୍ଶନ ନାୟକ, ମାଛକୁଣ୍ଡ, ଲମତାପୁଟ, ଜଲାପୁଟ ପୋଲିସ, ମାଜିଷ୍ଟ୍ରେଟ୍‌ ଭାବେ ଲମତାପୁଟ ବିଡିଓ ସୌମ୍ୟ ସାର୍ଥକ ମିଶ୍ର, ଜିପିଓ ଶ୍ରୀନିବାସ ପଟ୍ଟନାୟକ, ବନ ବିଭାଗ ରେଞ୍ଜର ପ୍ରମୁଖ ସାମିଲ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ଗୋଡ଼ିହଞ୍ଜର ପଞ୍ଚାୟତର ୩୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଗଛ ପୋଡ଼ାଯାଇଥିଲା।

ଫୋଟୋ - http://v.duta.us/5k2EgQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/GW15qwAA

📲 Get Rayagada News on Whatsapp 💬