[rayagada] - ୩ ଗ୍ରାମର ଲୋକଙ୍କ ଦାବି: ମରାମତି ନୁହେଁ, ନୂତନ ରାସ୍ତା ଦରକାର

  |   Rayagadanews

ରାୟଗଡା ଅଫିସ୍‌, ୨୧।୧୨- ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ନାହିଁ|ଯାହା ଅଛି ତାହା ପୁଣି ମାଟି ରାସ୍ତା ା ବର୍ତ୍ତମାନ ଉକ୍ତ ରାସ୍ତା ଶୋଚନୀୟ ହୋଇପଡ଼ିଛି| ଯେଉଁଥିରେ ଯାତାୟତ କରିବା ସମ୍ଭବ ନୁହେଁ ା ରାସ୍ତା ମରାମତି ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତିି ା ବର୍ତ୍ତମାନ ଉକ୍ତ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି ା ଆମର ରାସ୍ତା ମରାମତି ନୁହେଁ, ନୂତନ ରାସ୍ତା ଦରକାର ବୋଲି ଦାବି କରିଛନ୍ତି ରାୟଗଡ଼ା ବ୍ଲକର ୩ ଖଣ୍ଡ ଗ୍ରାମର ଲୋକେ ା

ରାୟଗଡା ବ୍ଲକ୍‌ ପିପିଲିଗୁଡା ପଞ୍ଚାୟତ ମହକୁମାଠାରୁ ଜାଙ୍ଗିଲି ଗ୍ରାମକୁ ରହିଛି ଏକ ମାଟି ରାସ୍ତା ା ବହୁ ବର୍ଷ ତଳେ ଏହି ରାସ୍ତା ପଞ୍ଚାୟତ ପକ୍ଷରୁ ନିର୍ମାଣ କରାଯାଇଥିଲା ା ଆଉ ସେହି ରାସ୍ତା ଉପରେ ଉହାପକା, ବରିଗୁଡା, ଟିକରପଡା ଓ ଜାଙ୍ଗିଲି ୪ ଖଣ୍ଡ ଗ୍ରାମର ଗ୍ରାମବାସୀ ନିର୍ଭର କରନ୍ତି ା ବର୍ତ୍ତମାନ ଏହି ରାସ୍ତା ଶୋଚନୀୟ ହୋଇପଡ଼ିଛନ୍ତି ା ଫଳରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ା ମାଟିରାସ୍ତା ବଦଳରେ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା କିମ୍ବା ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଏକ ପିଚୁରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀମାନେ ଦାବି କରି ଆସୁଛନ୍ତି ା ହେଲେ ସେମାନଙ୍କ କଥାକୁ କେହି ଗୁରୁତ୍ୱ ଦେଉନାହାନ୍ତି ା ହେଲେ ବୁଧବାର ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ରାସ୍ତା ମରାମତି କାର୍ଯ୍ୟ ଠିକାଦାର ଆରମ୍ଭ କରିଛନ୍ତି ା ରାସ୍ତାରେ ମାଟି ଓ ମୋରମ ପକାଇ ସମତଳ କରିବା ପାଇଁ କାମ ଆରମ୍ଭ କରାଯାଇଥିଲା ା ଗୁରୁବାର ସମିତି ସଭ୍ୟା ଶାନ୍ତିମଣୀ କିଲାକା, ଉହାପକା ଓ୍ବାର୍ଡସଭ୍ୟା ଦମୟନ୍ତୀ ଜିଲାକାରା, ବରିଗୁଡା ଓ୍ବାର୍ଡସଭ୍ୟ ବ୍ରଜମୋହନ କିଲାକା, ସତ୍ୟବାନ ମାଣ୍ଡାଙ୍ଗୀ, ସୁଲୁ କିଲାକା, ହେମନ୍ତ ମାଣ୍ଡାଙ୍ଗୀ, ଜମ୍ବରା କିଲାକାଙ୍କ ନେତୃତ୍ୱରେ ଉହାପକା, ବରିଗୁଡା ଓ ଟିକରପଡା ଗ୍ରାମବାସୀ ଏହି ମରାମତି କାମକୁ ବିରୋଧ କରିଛନ୍ତି ା ରାସ୍ତାର ମରାମତି ନୁହେଁ, ନୂତନ ପିଚୁରାସ୍ତା ନିର୍ମାଣ ଦାବି କରିଛନ୍ତି ା ବାରମ୍ବାର ନିବେଦନ ପରେ ମଧ୍ୟ କେହି ଶୁଣୁ ନ ଥିବା ବେଳେ ବର୍ତ୍ତମାନ ଠିକାଦାରଙ୍କୁ ପୋଷିବା ପାଇଁ ମରାମତି କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ା ତେଣୁ ନୂତନ ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ା

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/v09KWQAA

📲 Get Rayagada News on Whatsapp 💬