[sambalpur] - ଖୁଣ୍ଟଗାଁ ପଞ୍ଚାୟତରେ କୃଷି ଓ କୃଷକ ସମ୍ପର୍କ ମେଳା :ଚାଷୀ ସଚେତନ ହେଲେ ଆର୍ଥିକ ଉନ୍ନତି କରିବେ

  |   Sambalpurnews

ଲହୁଣୀପଡା, ୨୧।୧୨ (ଡି.ଏନ.ଏ)-ସୁନ୍ଦରଗଡ଼ ଜିଲା ଲହୁଣୀପଡା ବ୍ଲକ ଅନ୍ତର୍ଗତ ଖୁଣ୍ଟଗାଁ ପଞ୍ଚାୟତ ପରିସରରେ ଗୁରୁବାର ବଣେଇ କୃଷି ଜିଲା ପକ୍ଷରୁ କୃଷକ ସଶକ୍ତିକରଣ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବନମାଳୀ ଧୁପାଳ, ଖୁଣ୍ଟଗାଁ ସରପଞ୍ଚ ଅଜୟ କୁମାର ନାଏକ, ପ୍ରାଣୀ ଚିକିତ୍ସକ ଡା. ଅବିନାଶ ପ୍ରଧାନ, ଲ୍ୟାମ୍ପ ଏମ୍‌.ଡି ବସନ୍ତ କୁମାର ପଲେଇ, ଆତ୍ମା ଅଧ୍ୟକ୍ଷ ଦେବାନନ୍ଦ ମାହାନ୍ତ, ଭୁବନେଶ୍ୱର ସ୍ବାଇଁ ଯୋଗଦେଇଥିଲେ। ବଣେଇ କୃଷି ଜିଲା ଅଧିକାରୀ ପିଟର ହେରମନ୍‌ କେର୍କେଟା ଅଧ୍ୟକ୍ଷତା କରିଥିଲେ। କୃଷି ଅଧିଦର୍ଶକ ଶୁଶିଲ କୁମାର ସାହୁ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ। ଖୁଣ୍ଟଗାଁ ଉଚ୍ଚ ବିଦ୍ୟାଳୟ ଛକଠାରୁ ଅତିଥିମାନଙ୍କୁ ବାଦ୍ୟ ନୃତ୍ୟର ତାଳେତାଳେ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ। ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିବାବେଳେ ପ୍ରଦୀପ ପ୍ରଜ୍ଜଳନ କରି ଅତିଥିମାନେ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କର ଆର୍ଥିକ ବିକାଶ ପାଇଁ ବିଭିନ୍ନ ବିଭାଗରେ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି। ସେ ସବୁ ଯୋଜନା ଗୁଡିକର ସୁବିଧା ସୁଯୋଗ କେମିତି ଜଣେ ଚାଷୀ ନେଇପାରିବ, ସେ ସମ୍ପର୍କରେ ବିଭିନ୍ନ ଅଧିକାରୀମାନେ ସୂଚନା ପ୍ରଦାନ କରିଥିଲେ। ଏହା ସହିତ କୃଷକମାନେ ଉନ୍ନତ ପ୍ରଣାଳୀର ଚାଷ କରିବା ସହିତ ଉପଯୁକ୍ତ ସମୟରେ ସାର, ଔଷଧ ଦେବା ଦ୍ୱାରା ଅଧିକ ଲାଭବାନ ହୋଇପାରିବେ। ଚାଷୀ ସଚେତନ ହୋଇପାରିଲେ ଆର୍ଥିକ ସନ୍ତୁଳତା ଲାଭ କରିପାରିବ ବୋଲି ମଞ୍ଚାସୀନ ଅତିଥିମାନେ ପରାମର୍ଶ ଦେଇଥିଲେ। ସଭା ଶେଷରେ ସହକାରୀ କୃଷି ଅଧିକାରୀ ଗୟାଧର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ମାନସରଞ୍ଜନ ବିଶ୍ୱାଳ, ଅର୍ଚ୍ଚନା ସିଂ ଦଣ୍ଡପାଟ, ଜ୍ଞାନେନ୍ଦ୍ର କୁମାର ଦେହୁରୀ, ଭୁବନେଶ୍ୱର ମହାପାତ୍ର, ଡମ୍ବରୁଧର ମାଝି, ବୀରେନ୍ଦ୍ର ସିଂ ଦଣ୍ଡପାଟ, ରଜନୀ ନାଏକ, ରମେଶ ମାଝି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କୃଷି ଓ କୃଷକ ସମ୍ପର୍କ ମେଳା ଲହୁଣୀପଡା କୃଷି ବିଭାଗ ଓ ବଣେଇ କୃଷି ଜିଲାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ସଂଖ୍ୟରେ ମହିଳା ଚାଷୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

ଫୋଟୋ - http://v.duta.us/YBO8EwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/yEh6zwAA

📲 Get Sambalpur News on Whatsapp 💬