[upakula-odisha] - ଘରଚଟିଆ ସୁରକ୍ଷା ପାଇଁ ଶୋଭାଯାତ୍ରା

  |   Upakula-Odishanews

ନୟାଗଡ଼ ଅଫିସ,୨୧ା୧୨- ଗ୍ରୀନ୍‌ ଆର୍ଥ ଅନୁଷ୍ଠାନ ତରଫରୁ ଗୁରୁବାର ନୟାଗଡ଼ ଶିଖରପୁର ଗ୍ରାମରେ ଘରଚଟିଆ ସୁରକ୍ଷା ପାଇଁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏ ଦିଗରେ ସଚେତନ କରିବା ଉଦ୍ଦେଶ୍ୟରେ ଗ୍ରାମର କିଛି ଲୋକଙ୍କୁ ନେଇ ଅନୁଷ୍ଠାନ ପକ୍ଷରୁ ଗାଁରେ ଶୋଭାଯାତ୍ରା କରାଯାଇଥିଲା। ପ୍ରଦୀପ କୁମାର ସାହୁ, ପ୍ରସନ୍ନ କୁମାର ସାହୁ, ପଙ୍କଜ କୁମାର ପଣ୍ଡା, ବିନୋଦ କୁମାର ସାହୁ, ଶରତ ଚନ୍ଦ୍ର ତ୍ରିପାଠୀ, ରବିନ ସରକାର, ରଞ୍ଜନ କୁମାର ପଣ୍ଡା, ସରୋଜ କୁମାର ସାହୁ, ଆଦିତ୍ୟ କୁମାର ସାହୁ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ। ଗାଁରେ ଚାଳଛପର ଘର ଅଭାବ ଯୋଗୁ ଘରଚଟିଆମାନେ ବାସହରା ହୋଇଯାଉଛନ୍ତି। ତେଣୁ ଗ୍ରୀନ୍‌ ଆର୍ଥ ଅନୁଷ୍ଠାନ ତରଫରୁ ଗାଁ ଲୋକଙ୍କ ଘରେ କୃତ୍ରିମ ବସା ଝୁଲାଇବା ସହିତ ବାର୍ଡ଼ ଫିଡ଼ରର ବନ୍ଦୋବସ୍ତ କରାଯାଇଥିଲା। ଘରଚଟିଆ ସୁରକ୍ଷା କ୍ଷେତ୍ରରେ ଏହା ଜିଲାରେ ପ୍ରଥମ ପଦକ୍ଷେପ ବୋଲି ଅନୁଷ୍ଠାନର ଆଦିତ୍ୟ କୁମାର ଦାଶ ଓ ସଂଘମିତ୍ରା ମିଶ୍ର ପ୍ରକାଶ କରିଛନ୍ତି।

ଫୋଟୋ - http://v.duta.us/rBa4rgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/VizvbAAA

📲 Get Upakula-odisha News on Whatsapp 💬