[upakula-odisha] - ରାଜ୍ୟସ୍ତରୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ: ରଣପୁର ସ୍ପୋର୍ଟସ୍‌ ବିଜୟୀ

  |   Upakula-Odishanews

ରଣପୁର,୨୧ା୧୨(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବିସି ହାଇସ୍କୁଲ ଖେଳ ପଡିଆରେ ସ୍ପୋର୍ଟସ୍‌ ଆସୋସିଏଶନ୍‌ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଛି| ଗୁରୁବାର ଚତୁର୍ଥ ଦିନରେ ରଣପୁର ସ୍ପୋର୍ଟସ୍‌ କ୍ଲବ୍‌ ଓ ଝାରସୁଗୁଡ଼ା ଫୁଟ୍‌ବଲ କ୍ଲବ୍‌ ମଧ୍ୟରେ ଖେଳ ହୋଇଥିଲା। ୩-୦ ଗୋଲରେ ଝାରସୁଗୁଡାକୁ ହରାଇ ରଣପୁର ବିଜୟୀ ହୋଇଥିଲା। ସିଦ୍ଧାର୍ଥ ଦାସଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇ ଟ୍ରଫି ସହ ଅର୍ଥ ପୁରସ୍କାର ଦିଆଯାଇଥିଲା। ଟୁର୍ନାମେଣ୍ଟରେ ସାମାଜିକ କର୍ମୀ ନାରାୟଣ ସାହୁ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ବିଶ୍ୱରଞ୍ଜନ ମିଶ୍ର, ଦେବାଶିଷ ପଟ୍ଟନାୟକ, ବିଜେଡି ନେତା ସିଦ୍ଧାର୍ଥ ପଣ୍ଡା, ସ୍ମିତା ସିଂ, ଡ. ନବ ରାୟ ଓ ପୂର୍ଣ୍ଣଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ଥିଲେ ା ମୁଖ୍ୟ ରେଫରି ଭାବେ ରାଜୁ ମହାନ୍ତି ଖେଳ ପରିଚାଳନା କରିଥିଲେ। ଦିଗ୍‌ବିଜୟ ଦାସ, ରୋହନ ରାୟ, ଲକ୍ଷ୍ମୀପ୍ରସାଦ ସହଯୋଗ କରିଥିଲେ ା ତେବେ ଖେଳ ଚାଲିଥିବା ବେଳେ ଝାରସୁଗୁଡ଼ା ଫୁଟ୍‌ବଲ ଦଳର ଗୋଲ୍‌କିପର ଆହତ ହେବା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ରଣପୁର ସ୍ପୋର୍ଟସ୍‌ ଓ ଅନୁଗୋଳର ନାଲ୍‌କୋ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ସ୍ବରାଜ ମହାନ୍ତି ପ୍ରକାଶ କରିଛନ୍ତି।

ଫୋଟୋ - http://v.duta.us/hVMmmAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/UUErdQAA

📲 Get Upakula-odisha News on Whatsapp 💬