[upakula-odisha] - ସୁସ୍ଥ ଓ ଶୁଦ୍ଧ ବାତାବରଣ ସୃଷ୍ଟି କରେ ମାଣବସା ଗୁରୁବାର

  |   Upakula-Odishanews

ଖଣ୍ଡପଡ଼ା,୨୧ା୧୨(ସ୍ବ.ପ୍ର.)-ବାର ମାସରେ ତେର ପର୍ବ ଉତ୍କଳୀୟ ଜଗନ୍ନାଥ ସଂସ୍କୃତି ଓ ଆଧ୍ୟାତ୍ମିକ ପରମ୍ପରାକୁ ସମୃଦ୍ଧ କରିିଥାଏ| ସେଥିମଧ୍ୟରୁ ମାର୍ଗଶିର ମାସରେ ‘ମାଣବସା ଗୁରୁବାର’କୁ ଧନଦାତ୍ରୀ ମା’ମହାଲକ୍ଷ୍ମୀଙ୍କ ପର୍ବ ଭାବେ ପାଳନ କରାଯାଏ| ସୁଖ ଏବଂ ସମୃଦ୍ଧିର ପ୍ରତୀକ ଭାବେ ପ୍ରଥମାଷ୍ଟମୀ ପରେ ୪ ଗୁରୁବାର ଏହି ଓଷା ପାଳନ କରାଯାଇଥାଏ ା ଏହି ଅବସରରେ ଖଣ୍ଡପଡ଼ା, କଣ୍ଟିଲୋ ଓ ଏହାର ଆଖପାଖ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଥିଲା ା ମହିଳା ଓ ଝିଅମାନେ ଘରେ ଗୋବର ପାଣି ପକାଇ, ଲିପାପୋଛା କରି ବୁଧବାର ରାତିରୁ ବଟା ଚାଉଳରେ କାନ୍ଥ, କବାଟ, ଅଗଣା, ପିଣ୍ଡା, ଚଉରା ମୂଳ ଆଦି ବିଭିନ୍ନ ସ୍ଥାନରେ ପଦ୍ମପୁଲ ଓ ବିଭିନ୍ନ ପ୍ରକାର ଝୋଟି, ଚିତା ପକାଇ ମା’ଲକ୍ଷ୍ମୀଙ୍କୁ ବରଣ କରିଥିଲେ ା ଓଡ଼ିଆ ପରମ୍ପରା ଅନୁସାରେ ଧାନ, ଗୁଆ, ଦୀପ, ଧୂପ ଓ ବସ୍ତ୍ର ସହ ବିଭିନ୍ନ ପ୍ରକାର ପିଠା, ନଡିଆ, କଦଳୀ ଆଦି ଅନେକ ଉପଚାରରେ ମା’ ଧନଦାତ୍ରୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ବ୍ରତଧାରୀମାନେ ମାଣଟିକୁ ନବ ବସ୍ତ୍ରରେ ବୋହୂ ପରି ସଜାଇଥିଲେ ା ବଳରାମ ଦାସଙ୍କ ରଚିତ ‘ଲକ୍ଷ୍ମୀ ପୁରାଣ’ ପାଠ ସହ ପିଠାପଣାର ଆଦର ଏହି ଓଷାର ବିଶେଷତ୍ୱ ା ଏହି ଓଷା ସମାଜରେ ସୁସ୍ଥ ଓ ଶୁଦ୍ଧ ବାତାବରଣ ସୃଷ୍ଟି କରିବାରେ ଏକ ସୁନ୍ଦର ଉଦାହରଣ ପାଲଟିଛି।

ଫୋଟୋ - http://v.duta.us/A6OM4gAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/xpPy_QAA

📲 Get Upakula-odisha News on Whatsapp 💬