[anugul-dhenkanal] - ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ସମୀକ୍ଷା: ଉଜୁଡ଼ା ଜଙ୍ଗଲ ପୁନରୁଦ୍ଧାର ମୁଖ୍ୟଲକ୍ଷ୍ୟ

  |   Anugul-Dhenkanalnews

ଢେଙ୍କାନାଳ ଅଫିସ, ୨୩।୧-ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ବାର୍ଷିକ ସମୀକ୍ଷା ବୈଠକ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ତଥା ପିସିସିଏଫ୍‌ ଲଳିତ କୁମାର ତିୱାରୀ ଉପସ୍ଥିତ ରହି କହିଲେ, ଜିଲାରେ ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ଏବଂ ବନ ସୁରକ୍ଷା ସମିତିର ସର୍ବାଙ୍ଗୀନ ବିକାଶ ପ୍ରକଳ୍ପର ମୁଖ୍ୟଲକ୍ଷ୍ୟ। ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ୧୫୦ଟି ଗ୍ରାମରେ ଅଣୁ ଯୋଜନା ମାଧ୍ୟମରେ ‘ବନାୟନ’ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।ଅନୁଗୋଳସ୍ଥିତ ଆଞ୍ଚଳିକ ବନ କାର୍ଯ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଅତିରିକ୍ତ ପିସିସିଏଫ୍‌ ସୁଦର୍ଶନ ପଣ୍ଡା କହିଲେ, ଉକ୍ତ ପ୍ରକଳ୍ପ ମାଧ୍ୟମରେ ବନ ସୁରକ୍ଷା ପାଇଁ ସ୍ବେଚ୍ଛାସେବୀଙ୍କୁ ମୁତୟନ କରାଯାଉଛି। ରାଜ୍ୟରେ ଜମି ବ୍ୟବହାର ଯୋଜନା ହେଉ ନ ଥିବାରୁ ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁଙ୍କୁ ଉପଦ୍ରବ ବଢ଼ିବାରେ ଲାଗିଛି। ପରିବେଶ ସନ୍ତୁଳନ ଠିକ୍‌ ରହିଲେ ସମସ୍ୟା ଦୂରହେବ ବୋଲି ସେ କହିଥିଲେ। ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ କହିଲେ, ସମସ୍ତଙ୍କ ସହଯୋଗରେ ଜଙ୍ଗଲ ଓ ପ୍ରାଣୀଙ୍କ ସୁରକ୍ଷା ସମ୍ଭବ। ଜିଲାରେ ବୃହତ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାରୁ ଜଙ୍ଗଲ ବିଭାଗର ସହଯୋଗ ଅତ୍ୟନ୍ତ ଅପରିହାଯ୍ୟ। ବିଭାଗୀୟ ଅଧିକାରୀମାନେ ପୂର୍ଣ୍ଣ ସହଯୋଗ କଲେ ଜିଲାର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ। ଏସ୍‌ପି ସନ୍ତୋଷ କୁମାର ନାୟକ କହିଲେ, ହାତୀ ଉପଦ୍ରବର ନିୟନ୍ତ୍ରଣ ପାଇଁ ବନ କର୍ମଚାରୀଙ୍କ ସହଯୋଗ ଲୋଡ଼ା। ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦିଆଯିବ ଉଚିତ। ଏଥିରେ ବିଳମ୍ବ ହେଲେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଛି। ଏଥିଲାଗି ବିଭାଗୀୟ କର୍ମଚାରୀ ଯତ୍ନବାନ ହେବା ଆବଶ୍ୟକ। ପରଜଙ୍ଗ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ହାତୀକୁ ଶୀଘ୍ର ଟ୍ରାଙ୍କୁଲାଇଜ କରା ନ ଗଲେ ଆଗକୁ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ରହିଛି ବୋଲି ଏସ୍‌ପି କହିଥିଲେ। ଜିଲା ପ୍ରଶାସନ ପକ୍ଷରୁ ବନ ବିଭାଗକୁ ସମସ୍ତ ପ୍ରକାର ସହଯୋଗ କରାଯାଉଥିବା ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା ସୂଚନା ଦେଇଥିଲେ।ଓଡ଼ିଶାର ୧୨ଗୋଟି ଆଞ୍ଚଳିକ ବନଖଣ୍ଡ ମଧ୍ୟରୁ ଜୈବ ବିବିଧତାରେ ଭରପୂର ଢେଙ୍କାନାଳ। ଜଙ୍ଗଲ ସମ୍ପଦର ସୁରକ୍ଷା, ନଷ୍ଟ ହୋଇଯାଇଥିବା ଜଙ୍ଗଲ ଜମିରେ ସବୁଜ ବନାନୀ ସୃଷ୍ଟି କରିବା, ବନାଞ୍ଚଳରେ ବାସ କରୁଥିବା ଅଧିବାସୀଙ୍କ ସର୍ବାଙ୍ଗୀନ ବିକାଶ ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ୧୧୫୯ ହେକ୍ଟର ପରିମିତ ଅଞ୍ଚଳରେ ୨୫ଟି ବନ ସୁରକ୍ଷା ସମିତି ମାଧ୍ୟମରେ ଉଜୁଡ଼ା ଜଙ୍ଗଲରେ ବନୀକରଣ କରାଯାଉଛି। ପ୍ରତି ବନସୁରକ୍ଷା ସମିତି ପାଇଁ କୋଠା ନିର୍ମାଣ, ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଉଥିବା ସୂଚନା ଦିଆଯାଇଥିଲା। ପ୍ରାରମ୍ଭରେ ଏସ୍‌ଏଚ୍‌ଜି ଦ୍ୱାରା ଖୋଲାଯାଇଥିବା ଷ୍ଟଲ ଏବଂ ଫଟୋ ପ୍ରଦର୍ଶନୀକୁ ପିସିସିଏଫ୍‌ ଉଦ୍‌ଘାଟନ କରିଥିଲେ। ଏସ୍‌ଏମ୍‌ଏସ୍‌ ଅମିୟ ରଞ୍ଜନ ପରିଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ା ଏହାପରେ ସମୀକ୍ଷା ପୁସ୍ତିକା-୨୦୧୮ ଏବଂ ତଥ୍ୟ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଜିଲା ବନଖଣ୍ଡ ଅଧିକାରୀ ତଥା ଜିଲା ପରିଚାଳନା ୟୁନିଟ୍‌ ମୁଖ୍ୟ ସୁଦର୍ଶନ ପାତ୍ର ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ପ୍ରଗତି ସମ୍ପର୍କିତ ତଥ୍ୟ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନା କରିଥିଲେ। ବୈଠକରେ ଜିଲା ପରିଷଦ ସଭାନେତ୍ରୀ ମି ନାୟକ, ଏସିଏଫ୍‌ ଜିତେନ୍ଦ୍ରନାଥ ଦାସ ଉପସ୍ଥିତ ଥିଲେ।ଦ୍ୱିତୀୟ ପର୍ଯ୍ୟାୟରେ ବନ ସୁରକ୍ଷା ସମିତି, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ନିଜର ଅଭିଜ୍ଞତା, ସଫଳ କାହାଣୀ ବଖାଣିଥିଲେ। ଜିଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।

ଫୋଟୋ - http://v.duta.us/n3yGKQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Z95lmAAA

📲 Get Anugul-dhenkanal News on Whatsapp 💬