[anugul-dhenkanal] - ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ: କାର୍ଯ୍ୟକ୍ଷମ ହେବ ସବୁ ଚେକ୍‌ଡ୍ୟାମ୍‌

  |   Anugul-Dhenkanalnews

ଢେଙ୍କାନାଳ ଅଫିସ, ୨୩।୧- ଢେଙ୍କାନାଳ କ୍ଷୁଦ୍ର ଜଳସେଚନ ବିଭାଜନ କାର୍ଯ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୧୯ ପାଳିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ କ୍ଷୁଦ୍ର ଜଳସେଚନ ମଣ୍ଡଳ ଅଧୀକ୍ଷଣ ଯନ୍ତ୍ରୀ ସରୋଜ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ, ଢେଙ୍କାନାଳ ଜିଲା ମରୁଡ଼ି ପ୍ରବଣ। ଏଠାରେ ୬୬ ପାଣି ପଞ୍ଚାୟତ କାର୍ଯ୍ୟ କରୁଛି। ନିର୍ବାଚନ ହୋଇ ନ ଥିବା ପାଣି ପଞ୍ଚାୟତଗୁଡ଼ିକର ଖୁବ୍‌ଶୀଘ୍ର କର୍ମକର୍ତ୍ତା ନିର୍ବାଚିତ ହେବେ। ଜିଲାରେ ଥିବା ୬୬୪ ଚେକ୍‌ଡ୍ୟାମ ମଧ୍ୟରୁ ଅନେକ କାର୍ଯ୍ୟକ୍ଷମ ହୋଇପାରୁନି। କେବଳ ଚେକ୍‌ଡ୍ୟାମ ନିର୍ମାଣ କଲେ ହେବନାହିଁ। ଏହାର ରକ୍ଷଣାବେକ୍ଷଣ କରିବା ମଧ୍ୟ ଆବଶ୍ୟକ। ସମସ୍ତ ଚେକ୍‌ଡ୍ୟାମ୍‌ କାର୍ଯ୍ୟକ୍ଷମ କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଉଛି। ଗ୍ରାମବାସୀଙ୍କ ସହଯୋଗ ମିଳିଲେ ଜବରଦଖଲରେ ଥିବା ନଦୀନାଳଗୁଡ଼ିକର ପୁନରୁଦ୍ଧାର କରାଯାଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା କୃଷିଶିଳ୍ପ ନିଗମ ଜିଲା ପରିଚାଳକ ଖଗେଶ୍ୱର ନାୟକ କହିଲେ, ଜଳ ଆମର ସମ୍ପଦ ା ପାଣିର ସୁପରିଚାଳନା କରିପାରିଲେ ଚାଷୀର ଉନ୍ନତି ହେବା ବୋଲି ସେ ମତ ରଖିଥିଲେ ା ଜିଲା କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା ‘କାଳିଆ’ ଯୋଜନାର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ପାଣି ପଞ୍ଚାୟତ ସକ୍ରିୟ ହେଲେ ଫସଲ ଉତ୍ପାଦନ ବଢ଼ିବ। ଏହାଦ୍ୱାରା ଚାଷୀ ପରିବାରର ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇବ ବୋଲି ସେ କହିଥିଲେ। ଜିଲା ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ‘ଜଳ ସଂରକ୍ଷଣ ଓ ଜଳ ଗୁଣବତ୍ତା’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ପୂଜାରିଣୀ କର ପ୍ରଥମ, କାମାକ୍ଷାନଗର ପଞ୍ଚାୟତିରାଜ ହାଇସ୍କୁଲର ବିଜୟଲକ୍ଷ୍ମୀ ବିଶ୍ୱାଳ ଦ୍ୱିତୀୟ ଏବଂ ଜନ୍ତାରିବୋଲ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସ୍ମୃତିପ୍ରଭା ଦାସ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ। ପ୍ରାରମ୍ଭରେ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦଚନ୍ଦ୍ର ଦାସ ପାଣି ପଞ୍ଚାୟତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲା ପାଣି ପଞ୍ଚାୟତ ସଭାପତି ମଙ୍ଗରାଜ ସାହୁ ଉଦ୍‌ବୋଧନ ଦେଇଥିବାବେଳେ ସହକାରୀ ଯନ୍ତ୍ରୀ ବିଘ୍ନେଶ୍ୱର ରାଉତ

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/mZrB8wAA

📲 Get Anugul-dhenkanal News on Whatsapp 💬