[anugul-dhenkanal] - ଟ୍ରକ୍‌ ଧକ୍କାରେ ନାଲ୍‌କୋ ଇଞ୍ଜିନିୟର ଗୁରୁତର

  |   Anugul-Dhenkanalnews

ବଅଁରପାଳ, ୨୩।୧ (ଡି.ଏନ୍‌.ଏ.)-ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ ମୁଖ୍ୟ ଫାଟକ ପରିସରରେ ମଙ୍ଗଳବାର ଅପରାହ୍ନରେ ଏକ ଟ୍ରକ୍‌ ଧକ୍କାରେ ନାଲ୍‌କୋର ଇଞ୍ଜିନିୟର ରାଜେଶ ମହାନ୍ତ ଗୁରୁତର ହୋଇଛନ୍ତି। ସେ ବାଇକ୍‌ ଯୋଗେ ମୁଖ୍ୟ ଫାଟକରୁ ପ୍ଲାଣ୍ଟ ଆଡ଼କୁ ଯାଇଥିବା ବେଳେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନାଲକୋ ଡାକ୍ତରଖାନାକୁ ଅଣାଯାଇଥିଲା। ପ୍ଲାଣ୍ଟ ପରିସରରେ ୩ ସିପ୍ଟିରେ କର୍ମଚାରୀ ଓ ଶ୍ରମିକମାନେ ଯାତାୟତ କରୁଥିବାରୁ କୌଣସି ଭାରିଯାନ ଚଳାଚଳ ହେବ ନାହିଁ ବୋଲି ନିୟମ ରହିଛି। ଏଥିପାଇଁ ପୂର୍ବରୁ ବିଭାଗ ପକ୍ଷରୁ ସର୍କୁଲାର ମାଧ୍ୟମରେ ଜଣାଇ ଦିଆଯାଇଛି। କିନ୍ତ ସୁରକ୍ଷା ଓ ଡେସ୍‌ପାଚ ବିଭାଗର ଅବହେଳା ଯୋଗୁ ନିୟମ ଠିକ ୍‌ଭାବେ କାର୍ଯ୍ୟକାରୀ କରାଯାଉ ନ ଥିବା ବିଭିନ୍ନ ଶ୍ରମିକ ସଙ୍ଗଠନର ନେତାମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖାଯିବା ସହ ଶ୍ରମିକନେତାମାନେ ହଟ୍ଟଗୋଳ କରିଥିଲେ। ଘଟଣାସ୍ଥଳରେ ନାଲ୍‌କୋ ମାନବ ସମ୍ବଳ ବିଭାଗର ଡିଜିଏମ୍‌ ଏସ୍‌ଏସ୍‌ ପଣ୍ଡା, ଡେସ୍‌ପାଚ ବିଭାଗ ଡିଜିଏମ୍‌ ବିଭୂତି ଭୂଷଣ ମିଶ୍ର, ସୁରକ୍ଷା ବିଭାଗ ଡିଜିଏମ୍‌ ପୀତବାସ ସାହୁ ପ୍ରମୁଖ ପହଞ୍ଚତ୍ ଶ୍ରମିକନେତାମାନଙ୍କୁ ବୁଝାଶୁଝା କରିଥିଲେ।

ଫୋଟୋ - http://v.duta.us/Xx3BEQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/fiLs9AAA

📲 Get Anugul-dhenkanal News on Whatsapp 💬