[anugul-dhenkanal] - ପାଲଲହଡ଼ା ପୋଲିସକୁ ବଡ଼ ସଫଳତା: ଧରାପଡ଼ିଲେ ୩ ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା

  |   Anugul-Dhenkanalnews

ପାଲଲହଡା,୨୩ା୧(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ପୋଲିସକୁ ମିଳିଛି ବଡ ସଫଳତା। କୋଅପରେଟିଭ ବ୍ୟାଙ୍କ ପାଲଲହଡ଼ା ଶାଖା ଲୁଟ୍‌ ଘଟଣାର ବର୍ଷକ ପରେ ଧରାପଡିଛନ୍ତି ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା ଗ୍ୟାଙ୍ଗର ୩ ସଦସ୍ୟ। ୨୦୧୭ରେ ଏମାନେ ୭ ଲକ୍ଷ ୮୩ ହଜାର ଟଙ୍କା ଓ ୨୭ ଗ୍ରାମ ସୁନା ଲୁଟି ଫେରାର ହୋଇଯାଇଥିଲେ। ମଧ୍ୟପ୍ରଦେଶ ଅନୁପୁର ଅଞ୍ଚଳରୁ ସେଠାକାର ପୋଲିସ ମହମ୍ମଦ ସଲିମ (୩୩), ସାଦିକ ଖାଁ (୩୬), ଏବଂ ଫହିମ ଖାଁ (୪୦)ଙ୍କୁ ଗିରଫ କରିବା ପରେ ଖବରପାଇ ପାଲଲହଡ଼ା ପୋଲିସ ସେଠାରୁ ଏମାନଙ୍କୁ ରିମାଣ୍ଡରେ ଆଣିଛି। ଗିରଫ ୩ ଲୁଟେରାଙ୍କ ଘର ଉତ୍ତରପ୍ରଦେଶ ବୁଦିୟାନ ଜିଲାରେ। ଅଧିକ ତଦନ୍ତ ପାଇଁ ପୋଲିସ ଏମାନଙ୍କୁ ରିମାଣ୍ଡରେ ନେଇ ତଦନ୍ତ ଚଳାଇଥିବା ପାଲଲହଡା ଡିଏସ୍‌ପି ରିତେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି।ଡିଏସ୍‌ପିଙ୍କ କହିବା ଅନୁଯାୟୀ, ୨୦୧୭ ଡିସେମ୍ବର ୧୫ ବିଳମ୍ବିତ ରାତିରେ ଲୁଟେରାମାନେ ବ୍ୟାଙ୍କ ଗ୍ରୀଲ୍‌ ତାଡ଼ି ଭିତରକୁ ପଶିଥିଲେ। ସେମାନେ ସିସିଟିଭି ଏବଂ ସାଇରନ ତାର କାଟି ଦେବା ପରେ ଗ୍ୟାସ କଟର ସାହାଯ୍ୟରେ ଷ୍ଟ୍ରଙ୍ଗ ରୁମ୍‌ କାଟି ଟଙ୍କା ସହ ସୁନା ଲୁଟି ନେଇଥିଲେ। ଏ ନେଇ ପାଲଲହଡା ଥାନାରେ ନଂ. ୧୮୪/୧୭ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା। କିଛିଦିନ ତଳେ ଏମାନେ ମଧ୍ୟପ୍ରଦେଶ ଅନୁପୁର ଜିଲାର ବିଜୁରୀ ପୋଲିସ ଦ୍ୱାରା ଗିରଫ ହେବାପରେ ଏହି ବ୍ୟାଙ୍କ ଡକାୟତି ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ବିଜୁରୀ ପୋଲିସ ଠାରୁ ଖବରପାଇ ପାଲଲହଡା ଥାନା ସବ୍‌ ଇନ୍ସପେକ୍ଟର ରାମଚନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାକୁ ଯାଇ ଅଭିଯୁକ୍ତମାନଙ୍କୁ ପଚାରଉଚୁରା କରିବା ସହ ରିମାଣ୍ଡରେ ଆଣି ପାଲଲହଡା ଏସ୍‌ଡିଜେଏମ୍‌ କୋର୍ଟରେ ହଜାର କରିଥିଲେ। କୋର୍ଟରୁ ପୁଣି ୩ ଲୁଟେରାଙ୍କୁ ରିମାଣ୍ଡରେ ନେଇ ପୋଲିସ ପଚରାଉଚରା କରୁଛି।

ଫୋଟୋ - http://v.duta.us/F1ULXAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/7p3xZQAA

📲 Get Anugul-dhenkanal News on Whatsapp 💬