[anugul-dhenkanal] - ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭୂମିପୂଜନ, ଉଦ୍‌ଘାଟନ

  |   Anugul-Dhenkanalnews

ଅନୁଗୋଳ ଅଫିସ, ୨୩।୧-ଅନୁଗୋଳ ବ୍ଲକ ଶୁସୁଡା ପଞ୍ଚାୟତ ମାଳତୀ ବିହାରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭୂମିପୂଜନ ଓ ଉଦ୍‌ଘାଟନ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ସଭାପତି ଶିବରାମ ଖିଲାରଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏମ୍‌ପିଙ୍କ ପ୍ରସ୍ତାବିତ ଗୋପବନ୍ଧୁ ଗ୍ରାମୀଣ ଯୋଜନା ଅନ୍ତର୍ଭୁକ୍ତ ମାଳତୀ ବିହାର ସିମେଣ୍ଟ କଂକ୍ରିଟ ରାସ୍ତାର ଶୁଭ ଉଦ୍‌ଘାଟନ ଏମ୍‌ପିଙ୍କ ପ୍ରତିନିଧି କରିଥିବା ବେଳେ ଆମ ଗାଁ ଆମ ବିକାଶ ଯୋଜନାରେ ଗ୍ରାମ୍ୟ ଗୋଷ୍ଠୀ କେନ୍ଦ୍ରର ଭୂମିପୂଜନ କାର୍ଯ୍ୟ ମଧ୍ୟ ତାଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଓ କାଳିଆ ଯୋଜନାର ସହ ସମସ୍ତ ଯୋଜନାର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଥିଲେ। ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରିବାକୁ କହିଥିଲେ। ଜିଲା ଯୁବ ବିଜେଡି ସଭାପତି ଦୀନେଶ ପ୍ରଧାନ, ଅନୁଗୋଳ ବ୍ଲକ ସରପଞ୍ଚ ସଂଘ ସଭାପତି କନ୍ଦର୍ପ ମହାରଣା, ଶୁସୁଡ଼ା ପଞ୍ଚାୟତ ଯୁବ ବିଜେଡି ସଭାପତି ଆଦିତ୍ୟ ପ୍ରସାଦ ମିଶ୍ର, ମାନସ ରଞ୍ଜନ ଦେହୁରୀ, ୱାର୍ଡମେମ୍ବର ଅନୁପମା ଖିଲାର, ମାଳତୀବିହାର ସମ୍ପାଦକ ସୁଜିତ କୁମାର ମହାପାତ୍ର, ବସନ୍ତ ପ୍ରଧାନ, ରିପୁନ ପ୍ରଧାନ, ପ୍ରସାଦ ଷଡ଼ଙ୍ଗୀ, ଭଗବାନ ଖିଲାର, କୁମୁଦିନୀ ସାହୁ, ଦାଶରଥୀ ନନ୍ଦ, ରାକେଶ କୁମାର ପରିଡା, ଦିବ୍ୟଜ୍ୟୋତି ନାୟକଙ୍କ ସମେତ ବହୁ ମହିଳା ପୁରୁଷ ଉପସ୍ଥିତ ଥିଲେ।

ଫୋଟୋ - http://v.duta.us/IlXpuQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/eU8o7QAA

📲 Get Anugul-dhenkanal News on Whatsapp 💬