[anugul-dhenkanal] - ବିହନ ବଣ୍ଟନରେ ଠକେଇ ଅଭିଯୋଗ: ପ୍ୟାକେଟ ପିଛା କେଜିଏ କମ୍‌

  |   Anugul-Dhenkanalnews

ଭାପୁର, ୨୩।୧(ଡି.ଏନ୍‌.ଏ.)-ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ରବି ଫସଲ ବିହନ ପ୍ୟାକେଟରେ ନିର୍ଦ୍ଧାରିତ ପରିମାଣଠାରୁ କମ୍‌ ରହୁଥିତ୍ବା ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ସଦର ବ୍ଲକ ଭାପୁର ପଞ୍ଚାୟତର ଚାଷୀ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ଭାପୁର ପଞ୍ଚାୟତ ନିକଟରେ ମଙ୍ଗଳବାର ଅପରାହ୍ନରେ ଚାଷୀଙ୍କୁ ମାଗଣାରେ ବିରି ଓ ମୁଗ ବିହନ ବଣ୍ଟନ କରାଯାଇଥିଲା। ତେବେ ପ୍ୟାକେଟରେ ୪ କେଜି ଲେଖାଯାଇଥିବାବେଳେ ଓଜନ ବେଳେ ଏହା ୩ କେଜି ବୋଲି ଜଣାପଡ଼ିଥିଲା। ସବୁ ପ୍ୟାକେଟଗୁଡ଼ିକୁ ଖୋଲାଯାଇ ବିହନ ବାହାର କରି ପୁଣିଥରେ ପ୍ୟାକିଂ କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କୃଷି ଏବଂ କୃଷକର ଉନ୍ନତି ଲାଗି ବିଜ୍ଞାପନ ମାଧ୍ୟମରେ ସରକାରୀସ୍ତରରେ ବ୍ୟାପକ ସଚେତନତା ସତ୍ତ୍ୱେ ଖୋଲାଖୋଲି ବିହନ ବଣ୍ଟନରେ ଏପରି ଅନିୟମିତତାକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ। ଏହି ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁଶାନ୍ତ ପଣ୍ଡା, ଶେଷଦେବ ପଣ୍ଡା, ନବ ପାଣିଗ୍ରାହୀ, ଧରଣୀ ପଣ୍ଡା, ପ୍ରଦୋଷ ପାଣିଗ୍ରାହୀ, ସରୋଜ ପଣ୍ଡା, ସରୋଜ ଖଟୁଆ, ଭଜମନ ଖଟୁଆ, ସୁଧୀର ଖଟୁଆ, ଅଲେଖ ଖଟୁଆ, କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଦାବି କରିଛନ୍ତି।ଏ ନେଇ ଜିଲା କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା କୁହନ୍ତି, ଅଭିଯୋଗ ପରେ ଏ ସମ୍ପର୍କରେ ଯୋଗାଣକାରୀ ସଂସ୍ଥା ଜାତୀୟ ବିହନ ନିଗମକୁ ଅବଗତ କରାଯାଇଛି। ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ଫୋଟୋ - http://v.duta.us/aIYFGQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/kCyN2AAA

📲 Get Anugul-dhenkanal News on Whatsapp 💬