[balasore] - ନାରୀ ଶିକ୍ଷାର ମହତ୍ୱ, ମୌଳିକ ଅଧିକାର ଉପରେ ଗୁରୁତ୍ୱ

  |   Balasorenews

ଭଦ୍ରକ ଅଫିସ,୨୩ା୧- ଅହମଦିୟା ମହିଳା ମୁସ୍‌ଲିମ୍‌ ସଂଗଠନ(ଲଜନା ଇମାୟୁଲା) ତରଫରୁ ଅହମଦିଆ ମୁସ୍‌ଲିମ୍‌ ମସ୍‌ଜିଦ୍‌ ପ୍ରାଙ୍ଗଣରେ ଏକ ଦିନିକିଆ ମହିଳା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଲଜନା ଇମାୟୁଲାର ଜିଲା ସଭାପତି ଫରଜାନା ଗଜାଲା ସଭାପତିତ୍ୱ କରିଥିଲେ। ଏହି ଅବସରରେ ଇସଲାମରେ ନାରୀର ସ୍ବାଧୀନତା ଓ ତାର ମହତ୍ୱ ଉପରେ ଆଲୋଚନା ହେବା ସଙ୍ଗେ ସଙ୍ଗେ ନାରୀ ଶିକ୍ଷାର ମହତ୍ୱ ଏବଂ ମୌଳିକ ଅଧିକାର ସାବ୍ୟସ୍ତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିରେ ବିଭିନ୍ନ ମହଲାରୁ ମହିଳାମାନେ ଯୋଗଦେଇଥିଲେ। ଅନ୍ୟ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ସାରଦା ସେଠୀ ଓ ଅଳ୍ପନା ମଲିକ୍‌ ଯୋଗଦେଇଥିଲେ। ଶେଷରେ ଲଜନା ଇମାୟୁଲାର ଭଦ୍ରକ ଟାଉନ୍‌ ଶାଖାର ସଭାପତି ଅମତୁଲ ହାଜିଜ୍‌ ଫାଏଜା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅମତୁଲରାଫେ, ଅମାତୁସ ସଲାମ ମିଲି, ସାହିଲ୍‌ ଫଜିଆ, ମୁସାରଥ୍‌ ରୁମି, ଗୁଲନାରା ମୁସାବେହା, ସୈଜାଦି ଫରାହ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ଫୋଟୋ - http://v.duta.us/oKoT3AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/F1MpOgAA

📲 Get Balasore News on Whatsapp 💬