[balasore] - ପିଲାକଳିକୁ ନେଇ ବୃଦ୍ଧାଙ୍କୁ ହତ୍ୟା ଘଟଣା:୩ ମାସ ପରେ ଅଭିଯୁକ୍ତ ଗିରଫ

  |   Balasorenews

ତିହିଡ଼ି, ୨୩।୧ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ତଳହଂସପାଟ ଗ୍ରାମରେ ପିଲାକଳିକୁ କେନ୍ଦ୍ରକରି ଲକ୍ଷ୍ମୀ ନାୟକ(୭୫)ଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ୩ ମାସ ପରେ ପୋଲିସ ବୁଧବାର ଅଭିଯୁକ୍ତ ଝରଝର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ, ୨୦୧୮ ଅକ୍ଟୋବର ୧୫ ରେ ଲକ୍ଷ୍ମୀଙ୍କ ନାତି ସହ ସେହି ଗ୍ରାମର ଝରଝରଙ୍କ ପୁଅ ଖେଳୁଥିବା ବେଳେ କଳି ଲାଗିଥିଲେ। ଲକ୍ଷ୍ମୀ ସେଠାକୁ ଯାଇ ପିଲାଙ୍କ କଳିକୁ ସମାଧାନ କରିବା ସହ ତାଙ୍କ ନାତିକୁ ନେଇ ଚାଲିଆସିଥିଲେ। ଏହି ସମୟରେ ଝରଝର ସେଠାରେ ପହଞ୍ଚି ତାଙ୍କୁ ମାଡ଼ ମାରିବା ସହ ଜୋର୍‌ରେ ଠେଲି ଦେବାରୁ ସେ ତଳେ ପଡ଼ି ଯାଇଥିଲେ। ଏଥିରେ ଲକ୍ଷ୍ମୀ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତିହିଡ଼ି ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମୃତା ଲକ୍ଷ୍ମୀଙ୍କ ପୁଅ ଅର୍ଦ୍ଧଚନ୍ଦ୍ରଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା(ନଂ.୩୫୬/୧୮) ରୁଜୁ କରି ତନାଘନା ଚଳାଇଥିଲା।

ଫୋଟୋ - http://v.duta.us/uxyZfQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/_xVeFQAA

📲 Get Balasore News on Whatsapp 💬