[balasore] - ଫେବୃୟାରୀ ୮ରୁ ‘ପରୀ’

  |   Balasorenews

ବାଲେଶ୍ୱର ଅଫିସ,୨୩।୧-ଆସନ୍ତା ଫେବୃୟାରୀ ୮ରୁ ‘ପରୀ’ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ବାଲେଶ୍ୱର ନୃତ୍ୟ ସଙ୍ଗୀତ କଳାମନ୍ଦିର ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମରେ ୨ ହଜାରରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେବେ ବୋଲି ପରୀ ମହୋତ୍ସବ କମିଟି ଉପାଧ୍ୟକ୍ଷ ଧୀରେନ ନାୟକ ସୂଚନା ଦେଇଛନ୍ତି।

ପ୍ରତିଯୋଗିତାରେ ୩ ବର୍ଷ ବାଳିକାଙ୍କଠାରୁ ଆରମ୍ଭ କରି ବୟସ୍କ ମହିଳା ମଧ୍ୟ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗୀମାନଙ୍କୁ ୪ଟି ବିଭାଗରେ ବିଭକ୍ତ କରାଯାଇ ୫୦ଟି ପ୍ରତିଯୋଗିତା କରାଯିବାକୁ ସ୍ଥିର କରାଯାଇଛି। ସମସ୍ତ ପ୍ରତିଯୋଗୀଙ୍କୁ ୧୦ ତାରିଖ ସନ୍ଧ୍ୟାରେ ପୁରସ୍କୃତ କରାଯିବ। ଖବରଦାତା ସମ୍ମିଳନୀରେ ପୂର୍ବତନ ନଗରପାଳ ଆଲୋକ କୁମାର ସାହୁ, ଅଧ୍ୟକ୍ଷ ଆଶିଷ ଘୋଷ, ସଭାପତି ରଶ୍ମିରେଖା ଦେବ, କାର୍ଯ୍ୟକାରୀ ସଭାପତି ରଞ୍ଜିତା ମହାପାତ୍ର, ଉପସଭାପତି ପାୟଲ ମହାପାତ୍ର, ସାଧାରଣ ସମ୍ପାଦିକା ଇତିକୃଷ୍ଣା ସ୍ବାଇଁ, ସମ୍ପାଦିକା ପିଙ୍କିରାଣୀ ସାହୁ, ସହସମ୍ପାଦିକା ପୂରବୀ ପରିଡ଼ା, ଉପଦେଷ୍ଟା ସୁଧାଂଶୁ ଶେଖର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ରୂପରେଖ ବିଷୟରେ ଆଲୋକପାତ କରିଥିଲେ।

ଫୋଟୋ - http://v.duta.us/UCHgHQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/3KuT5wAA

📲 Get Balasore News on Whatsapp 💬