[berahampur] - ଅଭିଯୋଗ ପରେ ମଣ୍ଡିରୁ ଧାନ ଉଠାଇବାକୁ ନିର୍ଦ୍ଦେଶ

  |   Berahampurnews

ବୁଗୁଡ଼ା,୨୩।୧(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଖୋଳଖାଳି ଓ ମୋଟାବାଡ଼ି ମଣ୍ଡିରେ ଧାନ ବସ୍ତା ପଡି ରହିଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଥିଲା। ତେବେ ମଣ୍ଡିରେ ଅବ୍ୟବସ୍ଥା ଓ ଧାନର ପ୍ରକୃତ ମୂଲ୍ୟ ନ ଦେବା ପ୍ରତିବାଦରେ ସୋମବାର ବଳଦେବ କୃଷକ ସଂଘର ସଭାପତି ବିପିନ ବିହାରୀ ସ୍ବାଇଁ, ସମ୍ପାଦକ ସନ୍ତୋଷ କୁମାର ସାହୁ ଏନେଇ ଭଞ୍ଜନଗର ଜିଲାପାଳଙ୍କ ଅଭିଯୋଗ ଶୁଣାଣି କକ୍ଷରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଖୋଳଖାଳି ମଣ୍ଡିରେ ଭଞ୍ଜନଗର ନିୟନ୍ତ୍ରଣ ବଜାର କମିଟି ପହଞ୍ଚତ୍ ସେଠାରେ ଥିବା ୫୦ ବସ୍ତା ଧାନର ଉପଯୁକ୍ତ ନିର୍ଣ୍ଣାୟକ ମାନ ପରୀକ୍ଷା କରି ଏହା ସରକାରୀ ମୂଲ୍ୟ ପାଇଁ ପ୍ରଯୁଜ୍ୟ ବୋଲି କହିଥିଲେ। ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଧାନ ଉଠି ନ ଥିବା ଜଣାପଡିଛି। ଅପରପକ୍ଷରେ ମୋଟାବାଡ଼ି ମଣ୍ଡିରେ ୪୦ ଜଣ ଚାଷୀଙ୍କ ପ୍ରାୟ ୫୦୦ ବସ୍ତା ଧାନ ପଡ଼ି ରହିଥିବା ବେଳେ ଏଆରସିଏସ୍‌ଓ ଲକ୍ଷ୍ମୀ ନୃସିଂହ ବେହେରା ଘଟଣାସ୍ଥଳରେ ପହଞ୍ଚତ୍ ଧାନ ଉଠାଇବା ପାଇଁ ଚାଷୀମାନଙ୍କୁ ଟୋକନ ଦେବା ସହ ଧାନ ଉଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଉଭୟ ମଣ୍ଡିରେ ମିଲର ଓ ଚାଷୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଫୋଟୋ - http://v.duta.us/_4S3sgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/9EBI3AAA

📲 Get Berahampur News on Whatsapp 💬