[berahampur] - ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ, ଏସ୍‌ପିଙ୍କୁ ଅଭିଯୋଗ

  |   Berahampurnews

ବ୍ରହ୍ମପୁର ଅଫିସ୍‌/କନିଷି,୨୩ା୧-ବ୍ରହ୍ମପୁର ଗୋଳନ୍ଥରା ଥାନା ପଞ୍ଚମା ଗ୍ରାମରେ ସୋମବାର ଜଣେ ଦମ୍ପତିଙ୍କ ଘରେ ପଶି କେତେକ ଦୃର୍ବୃତ୍ତ ଦୁର୍ବବ୍ୟବହାର କରିବା ସହିତ ମାଡ ମାରିଥିବା ଅଭିଯୋଗ ହୋଇଛି| ଏନେଇ ଉକ୍ତ ଦମ୍ପତି ମଙ୍ଗଳବାର ଗୋଳନ୍ଥରା ଥାନାରେ ଏତଲା ଦେବା ସହିତ ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି ା ଅତିରିକ୍ତ ଏସ୍‌ପି ଶାନ୍ତନୁ ଦାସ ଅଭିଯୋଗ ଗ୍ରହଣ କରିି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ପର୍କରେ ପ୍ରତିଶ୍ରୁତି ଦେଇଥିଲେ। ପ୍ରକାଶଯେ, ସୋମବାର ପଞ୍ଚମା ଗ୍ରାମର ଭାରତୀ ନାହାକ ଏବଂ ତାଙ୍କ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ନାହାକଙ୍କ ଝିଅର ବିବାହ ପାଇଁ ନିର୍ବନ୍ଧ କାର୍ଯ୍ୟକ୍ରମ ରହିଥିଲା। ଏହି ସମୟରେ ସେହି ଗ୍ରାମର ୫ ଜଣ ଦୃର୍ବୃତ୍ତ ଆସି ଘରେ ପଶି ସମସ୍ତଙ୍କୁ ଦୁର୍ବ୍ୟବହାର କରିଥିଲେ। ଏମିତିକି ଗାଳି ଗୁଲଜ କରିବା ସହିତ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ଓ ସ୍ତ୍ରୀ ଭାରତୀଙ୍କୁ ମାଡ ମାରିଥିଲେ ା ୨୪ ରେ ଝିଅର ବିବାହ କାର୍ଯ୍ୟକ୍ରମ ଥିବାରୁ ସମସ୍ୟାରେ ପଡିଯାଇ ଭାରତୀ ମଙ୍ଗଳବାର ସକାଳେ ଗୋଳନ୍ଥରା ଥାନାରେ ଏତଲା ଦେଇଥିଲେ ା ହେଲେ ସେଠାରେ କୌଣସି ସୁଫଳ ନ ମିଳିବାରୁ ଅପରାହ୍ନରେ ଏସ୍‌ପି ଅଫିସକୁ ଆସିଥିଲେ ା ସେଠାରେ ଅତିରିକ୍ତ ଏସ୍‌ପି ଶାନ୍ତନୁ ଦାସଙ୍କୁ ଭେଟି ସମସ୍ତ ବିଷୟ ଜଣାଇଥିଲେ ା ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ପାଇବା ପରେ ଦମ୍ପତିି ଫେରିଥିଲେ। ଖବରଲେଖିବା ସୁଦ୍ଧା ଥାନାରେ ଏନେଇ କୌଣସି ମାମଲା ରୁଜୁ ହୋଇ ନ ଥିବା ବେଳେ ଉଭୟ ପକ୍ଷକୁ ଡକାଯାଇ ତଦନ୍ତ ଚାଲିଥିବା ଇନ୍ସପେକ୍ଟର ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ା

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ZzndtQAA

📲 Get Berahampur News on Whatsapp 💬