[berahampur] - ଚାଷୀ ସମାବେଶରେ ଖୋଲିବ ୨୨ ଷ୍ଟଲ୍‌

  |   Berahampurnews

ବ୍ରହ୍ମପୁର ଅଫିସ,୨୩ା୧-ନବଗଠିତ ଗଞ୍ଜାମ ଜିଲା ବିଜୁ କୃଷକ ଜନତା ଦଳର ପ୍ରଥମ ବୈଠକ ମଙ୍ଗଳବାର ବ୍ରହ୍ମପୁର ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୭ ତାରିଖରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ନିକଟରେ ହେବାକୁ ଥିବା କୃଷକ ମହାସମାବେଶକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସଂଗଠନ ସଭାପତି ତଥା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ଜିଲାର ସମସ୍ତ ବ୍ଲକରୁ ଆସୁଥିବା ଚାଷୀଙ୍କୁ ଶୃଙ୍ଖଳିତ କରିବା ଲାଗି କୃଷକ ଜନତା ଦଳର କାର୍ଯ୍ୟକର୍ତ୍ତାମାନେ ଦାୟିତ୍ୱ ନେବାକୁ ପରାମର୍ଶ ଦେଇଥିଲେ ।

ବୈଠକ ଶେଷରେ ସ୍ବାଇଁ କହିଥିଲେ, ସମାବେଶ ସ୍ଥଳରେ ବିଜୁ କୃଷକ ଜନତା ଦଳ ପକ୍ଷରୁ ୨୨ ଷ୍ଟଲ ଖୋଲାଯିବ। ସେଥିରେ ସମସ୍ତ କୃଷି ଉପକରଣ ରଖାଯିବ। ପ୍ରତି ବ୍ଲକରୁ ଅନ୍ୟୁନ ହଜାରେ ଲେଖାଏ ଚାଷୀ ଯେଭଳି ଯୋଗଦେବେ ସେ ନେଇ ବ୍ୟବସ୍ଥା କରାଯାଇଛି। କାଳିଆ ଯୋଜନାନୁସାରେ ୪୭ ହଜାରରୁ ଊର୍ଦ୍ଧ୍ୱ ଚାଷୀ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉପକରଣ ଓ ଆର୍ଥିକ ସହାୟତା ବଣ୍ଟନ କରିବେ। କାର୍ଯ୍ୟକ୍ରମରେ କୃଷକ ଜନତା ଦଳ କର୍ମକର୍ତ୍ତାମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ। ସମାବେଶକୁ ବିଭିନ୍ନ ବ୍ଲକରୁ ଚାଷୀଙ୍କୁ ଆଣିବା ଦାୟିତ୍ୱ ବିଜୁ କୃଷକ ଜନତା ଦଳର ବ୍ଳକ କମିଟି କର୍ମକର୍ତ୍ତାଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ସ୍ବାଇଁ ସୂଚାଇଥିଲେ। ଆଲୋଚନାରେ ଉପସଭାପତି ଜାମୁଲା ଶଙ୍କର ନାରାୟଣଙ୍କ ସମେତ ଅନ୍ୟମାନେ ଭାଗ ନେଇଥିଲେ ।ଜିଲା ବିଜେଡି ସାଧାରଣ ସମ୍ପାଦକ ତଥା ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା, ଯୁବ ବିଜେଡି ଜିଲା ସଭାପତି ଏନ୍‌. ଧନଞ୍ଜୟ ରାଓ, ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଅପରପକ୍ଷରେ କାଳିଆ ଯୋଜନା ଓ କୃଷକ ସମାବେଶ ବିଜେଡି ସରକାରଙ୍କ ନିର୍ବାଚନୀ ଧୂଅଁାବାଣ ହୋଇଥିବା କଂଗ୍ରେସ କଟାକ୍ଷ କରିଛି। ଜିଲାରେ ଚାଷୀ ଆତ୍ମହତ୍ୟା ବଢ଼ି ଚାଲିଛି ଏବଂ ଧାନର ଅଭାବୀ ବିକ୍ରୀ ସାଙ୍ଗକୁ ନିଅଣ୍ଟିଆ ଜଳସେଚନ ଯୋଗୁ କୃଷିଜାତ ପଦାର୍ଥର ଉପତ୍ାଦନ ସବୁ ବର୍ଷ ହ୍ରାସ ପାଉଥିବା ବେଳେ ଭୋଟ ରାଜନୀତି ପାଇଁ ବିଜେଡି ସରକାରଙ୍କ ଚାଷୀ ସମାବେଶ କରାଯାଉଥିବା ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ତାଚ୍ଛଲ୍ୟ କରିଛନ୍ତି ।

ଫୋଟୋ - http://v.duta.us/_-ZNtgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/4EZ5VwAA

📲 Get Berahampur News on Whatsapp 💬