[berahampur] - ପୁଣି ଜଣେ ନାବାଳିକା ମା’ହେଲେ

  |   Berahampurnews

ଫୁଲବାଣୀ ଅଫିସ/ ଜି.ଉଦୟଗିରି,(ଡି.ଏନ୍‌.ଏ.)୨୨।୧- କନ୍ଧମାଳ ଜିଲାରେ କଳଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦାରିଙ୍ଗବାଡିରେ ଜଣେ ଛାତ୍ରୀ ସନ୍ତାନ ଜନ୍ମ କରିବା ପରେ ତାର ମୃତ୍ୟୁ ଘଟିବା ଘଟଣା ରାଜ୍ୟ ରାଜନୀତିରେ ଚହଳ ପକାଇଥିଲା। ମଙ୍ଗଳବାର ପୁଣି ଏଭଳି ଏକ ଘଟଣା ଘଟିଛି ଜି.ଉଦୟଗିରି ଅଞ୍ଚଳରେ। ଜଣେ ୧୦ମ ଶ୍ରେଣୀ(ଫେଲ) ଛାତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେବାପରେ ସନ୍ତାନର ମୃତ୍ୟୁ ଘଟିଛି। ପୋଲିସ ସବୁଜାଣି ଚୁପ୍‌ ବସିଥିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୋମବାର ରାତିରୁ ଏହି ଘଟଣା ଘଟିବା ଏବଂ ଫୁଲବାଣୀ ମେଡିକାଲରେ ରାତି ପ୍ରାୟ ୩ଟାରେ ପିଲାର ମୃତ୍ୟୁ ଘଟିବା ଓ ପୋଲିସ ଏବଂ ପ୍ରଶାସନ ଚୁପ୍‌ ରହିବା ଘଟଣାକୁ ଅଧିକ ରହସ୍ୟାବୃତ କରୁଛି।

ପ୍ରକାଶ ଯେ, ଜି.ଉଦୟଗିରିର ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ପେଟରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ସୋମବାର ବିଳମ୍ବିତ ରାତିରେ ଜି. ଉଦୟଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ପୋଲିସ ଏହାକୁ ଯଥା ସମ୍ଭବ ଚପାଇବାକୁ ଉଦ୍ୟମ କରିଥିଲା। ହେଲେ ମଙ୍ଗଳବାର ଘଟଣା ପଦାକୁ ଆସିଥିଲା। ଛାତ୍ରୀଙ୍କ ବାପା ସମ୍ପୃକ୍ତ ଯୁବକ ସୂର୍ଯ୍ୟକାନ୍ତ ବଳଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ସୂର୍ଯ୍ୟକାନ୍ତ ଗର୍ଭପାତ କରିବା ପାଇଁ କିଛି ଔଷଧ ଦେବାପରେ ଝିଅ ଅସୁସ୍ଥ ହୋଇ ପଡିଥିଲା। ତାଙ୍କୁ ମେଡିକାଲ ନେବାପରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ଓ ପରେ ସନ୍ତାନ ମରି ଯାଇଥିଲେ ବୋଲି ଏତଲାରେ ଦର୍ଶାଯାଇଛି। ମିଳିଥିବା ସୂଚନା ଅନୁସାରେ, ଜନ୍ମିତ ଶିଶୁପୁତ୍ରର ଓଜନ ମାତ୍ର ଏକ କେଜି ଶହେ ଗ୍ରାମ ଥିଲା। ଏ ନେଇ ଜି. ଉଦୟଗିରି ଥାନାଧିକାରୀ ଲକ୍ଷ୍ମଣ ସେଠୀଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଥାନାରେ ନଂ.୧୨/୧୯ରେ ମାମଲା ରୁଜୁ ହୋଇଛି। ନବଜାତ ଶିଶୁର ମୃତ୍ୟୁପରେ ବ୍ୟବଚ୍ଛେଦ କରାଯାଇଛି। ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବାକୁ ଚଢ଼ାଉ ଜାରି ରହିଛି।

ଫୋଟୋ - http://v.duta.us/y1pz9gAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/5O01tgAA

📲 Get Berahampur News on Whatsapp 💬