[berahampur] - ମହିଳାଙ୍କୁ ବିଏମ୍‌ସିର ରାଜମିସ୍ତ୍ରି ତାଲିମ

  |   Berahampurnews

ବ୍ରହ୍ମପୁର ଅଫିସ,୨୩ା୧-ମହିଳାମାନେ ଅବଳା ଦୁର୍ବଳା ନୁହନ୍ତି ା ସେମାନେ ମଧ୍ୟ ପୁରୁଷ ସହ ସମକକ୍ଷ। ସେମାନେ ହୋଇଛନ୍ତି ସଶକ୍ତ ଓ ଆତ୍ମନିର୍ଭରଶୀଳ। ଏପରିକି ପୂର୍ବରୁ ପୁରୁଷମାନେ କରୁଥିବା ରାଜମିସ୍ତ୍ରି ଭଳି କଠିନ କାର୍ଯ୍ୟକୁ ମଧ୍ୟ କରିବାରେ ସକ୍ଷମ ବୋଲି ପ୍ରମାଣ କରି ଦେଖାଇଛନ୍ତି ା ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛିି ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ହରିଡାଖଣ୍ଡି ଅଞ୍ଚଳରେ। ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା, ଜାତୀୟ ସହରାଞ୍ଚଳ ଜୀବିକା ନିର୍ବାହ ମିଶନ ଅଧୀନରେ ଉକ୍ତ ଅଞ୍ଚଳରେ ଗଠିତ ମହାମାୟୀ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ର ମହିଳାମାନେ ଏଭଳି କାର୍ଯ୍ୟ କରିବାରେ ସାମର୍ଥ୍ୟ ଦେଖାଇଛନ୍ତି ା

ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପୂର୍ବରୁ ପଲିଥିନର ବିକଳ୍ପ ବ୍ୟାଗ, ଧୂପକାଠି, ଆଚାର ପାମ୍ପଡ, ସିଲେଇ ମେଶିନ, ମୋବାଇଲ ରିପ୍ୟାରିଂ, କମ୍ପ୍ୟୁଟର, ଫିନାଇଲ ତିଆରି କରିବା, ଲିକ୍ୟୁଡ ଡିଜେରଜେଷ୍ଟ, ଚାନ୍ଦୁଆ ଭଳି ବହୁଟ୍ରେନିଂ ପ୍ରଦାନ କରାଯିବା ସହ କାର୍ଯ୍ୟ କରିବା ପାଇଁ ଋଣ ପ୍ରଦାନ କରାଯାଇଛି ା ଏବେ ଏସଏଚଜିଗୁଡିକୁ ରାଜମିସ୍ତ୍ରି କାର୍ଯ୍ୟ ପାଇଁ ଗତ ୧ତାରିଖରୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ହରିଡାଖଣ୍ଡି ଅଞ୍ଚଳର ମହାମାୟୀ ସ୍ବୟଂ ସହାୟକ ଗୋଷ୍ଠୀର ୧୦ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଉଛି। ହରିଡାଖଣ୍ଡି ଅଞ୍ଚଳରେ ଚାଲିଥିବା ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ନିର୍ମାଣରେ ଏହି ଏସଏଚଜି ମହିଳାଙ୍କୁ ନିୟୋଜିତ କରାଯିବା ସହ ତାଲିମ ପ୍ରଦାନ କରାଯାଉଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି ା ଜାନୁୟାରୀ ୩୦ରେ ତାଲିମ ଶେଷ ହେବାପରେ ସହରରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟ କରି ମହିଳାମାନେ ରାଜମିସ୍ତ୍ରି ଭାବେ କାର୍ଯ୍ୟ କରିବେ ବୋଲି ବିଏମସି କମ୍ୟୁନିଟି ଅର୍ଗାନାଇଜର ତଥା ନୋଡାଲ ଅଫିସର ଗୀତାଞ୍ଜଳି ସାମନ୍ତରାୟ ସୂଚନା ଦେଇଛନ୍ତି ା ଏହି ମହିଳାମାନେ ରାଜମିସ୍ତ୍ରି ଉପେନ୍ଦ୍ର ଦାଶଙ୍କଠାରୁ ତାଲିମ ଗ୍ରହଣ କରୁଛନ୍ତି ା ଏହି ତାଲିମ ପ୍ରଦାନ କରିବାରେ ବିଏମ୍‌ସି ରାଜ୍ୟରେ ପ୍ରଥମ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଗତ ୧୯ତାରିଖରେ ମିଶନ ଡାଇରେକ୍ଟର ତଥା ରାଜ୍ୟ ସ୍ବତନ୍ତ୍ର ସଚିବ ଏସ୍‌.ପି. ଦାଶ ତାଲିମ ଗ୍ରହଣ କରୁଥିବା ଏସ୍‌ଏଚ୍‌ଜିଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ କାର୍ଯ୍ୟଶୈଳୀ ଅନୁଧ୍ୟାନ କରିଥିବା ଜଣାପଡିଛି ା ଆଗାମୀ ଦିନରେ ଅନ୍ୟ ସମସ୍ତ ଏସଏଚଜିକୁ ମଧ୍ୟ ଏହି ତାଲିମ ପ୍ରଦାନ କରାଯିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି ା

ଫୋଟୋ - http://v.duta.us/W6HhrQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/94bAJAAA

📲 Get Berahampur News on Whatsapp 💬