[odisha] - ସ୍କୁଲ ଛାତ୍ରକୁ କୁକୁର କାମୁଡ଼ି ମାରିଦେବା ଘଟଣା : ଭାଇକୁ ଖୋଜୁଛି ସାନ, ମା’ ଶଯ୍ୟାଶାୟୀ

  |   Odishanews

ଯଶିପୁର : ମୁଁ ମନା କରୁଥିଲି ଆଜି ସ୍କୁଲ ଯାଆନି। କିନ୍ତୁ ପାଠରେ ଥିବା ରିଙ୍କୁ ଆକଟ ମାନିଲାନି। ଘର ତିଆରି କାମରେ ବ୍ୟସ୍ତ ଥିବା ବେଳେ ପୁଅର ମୃତ୍ୟୁ ଖବର ମୋ ମୁଣ୍ଡରେ ଚଡ଼କ ପଡ଼ିଲା। ଆଜି ଦିନ ସାରା ୨ ବର୍ଷର ପୁଅ ବାହୁନି କାନ୍ଦି କାନ୍ଦି ଖୋଜୁଛି ଭାଇକୁ। ମାଆ ତାର ଭଗ୍ନ ହୃଦୟ ନେଇ ମାଟି କାମୁଡ଼ି ଘରର ନଡ଼ା କୁଟା ବିଛଣାରେ ଶଯ୍ୟାଶାୟୀ ହୋଇ ମର୍ମ ବେଦନାରେ ଜଳି ଯାଉଛି। ଏ ଥିଲା ରିଙ୍କୁର ହତଭାଗ୍ୟ ବାପା ଶର୍ମା ମହାରଣାର ଆକୁଳ ଅଭିବ୍ୟକ୍ତି। ଆଜି ଘର ସାହି ସବୁଆଡ଼େ ଦୁଃଖର କଳାବାଦଲ ଘୋଟି ଯାଇଥିବା ବେଳେ ଏ କଥା କହିଲା ବେଳକୁ ବାପର ପାଟି ଖନି ମାରି ଯାଉଥିଲା।

ଯଶିପୁର ବଜାରଠାରୁ ୪ କିମି ଦୂର ବାଲିସୁଦୁରା ଗାଁର ଗତକାଲିର ୬ ବର୍ଷର ରିଙ୍କୁକୁ କୁକୁର ପଲ ଝୁଣି ମାରିଦେବା ଘଟଣା ଏ ଅଞ୍ଚଳବାସୀଙ୍କୁ ଶୋକ ସାଗରରେ ବୁଡାଇ ଦେଇଛି। ନିଛାଟିଆ ରାସ୍ତାରେ ଏକୁଟିଆ ଘର ଠାରୁ ୧-୨ କିମି ଦୂର ରାହାନ୍ଦା ସ୍କୁଲକୁ ବହି ବସ୍ତାନି ଧରି ଯାଉଥିବା ରିଙ୍କୁ ଅଜଣା ବନ୍ୟଜନ୍ତୁର ଆକ୍ରମଣ ହେଉ କି କୁକୁର ପଲଙ୍କ ଶିକାର ହୋଇ ତାହା କେହି ବିଶ୍ବାସ କରି ପାରୁନାହାନ୍ତି। ରିଙ୍କୁ ପାଇଁ ଆଜି ସମଗ୍ର ଅଞ୍ଚଳବାସୀଙ୍କ ଆଖିରୁ ଲୁହ ଝରୁଛି।...

ଫୋଟୋ - http://v.duta.us/NhM27wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/pLEWXQAA

📲 Get Odisha News on Whatsapp 💬