[rayagada] - ଟ୍ରେନ ବଗି ଆକୃତିର ଅଙ୍ଗନଓ୍ବାଡି କେନ୍ଦ୍ର

  |   Rayagadanews

ଝରିଗାଁ,୨୩।୧(ସ୍ବ.ପ୍ର) : ଜିଲାରେ ଟ୍ରେନ ଚଳାଚଳ ଦିବା ସ୍ବପ୍ନ ପାଲଟିଛି। ପାଠ୍ୟ ପୁସ୍ତକରେ ରହିଥିବା ଛବି ମାଧ୍ୟମରେ ଛାତ୍ରୀଛାତ୍ର ଟ୍ରେନ ସମ୍ପର୍କରେ ଅବଗତ ହୋଇଥାନ୍ତି। କୁନି କୁନି ପିଲାମାନଙ୍କୁ ଟ୍ରେନ ସମ୍ପର୍କରେ ଜଣାଇବା ପାଇଁ ଏକ ଅଭିନବ ପ୍ରୟାସ କରାଯାଇଛି। ଏକ ଅଙ୍ଗନଓ୍ବାଡି କେନ୍ଦ୍ରର ଗୃହ ଟ୍ରେନ ବଗି ସଦୃଶ୍ୟ ନିର୍ମାଣ କରାଯାଇଛି। ଯାହା ଦ୍ୱାରା ପିଲାମାନେ ଟ୍ରେନ ସମ୍ପର୍କରେ ଜାଣିପାରିବେ ଏବଂ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିବେ। ଏଭଳି ଲକ୍ଷ୍ୟ ରଖି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଡଙ୍ଗରିଗୁଡା ପଞ୍ଚାୟତ ଟୁଟିଗୁଡା ଗ୍ରାମରେ ଟ୍ରେନ୍‌ ବଗି ସଦୃଶ୍ୟ ଅଙ୍ଗନଓ୍ବାଡି କେନ୍ଦ୍ର ଗୃହ ନିର୍ମାଣ ହୋଇଛି। ଏହାର ନାମ ଟୁଟିଗୁଡା ଏକ୍ସପ୍ରେସ୍‌ ଦିଆଯାଇଛି। ଜିଲାରେ ଏଭଳି ଗୃହ ପ୍ରଥମ ହୋଇଥିବାରୁ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗି ରହୁଛି । ଏପରିକି ଟୁଟିଗୁଡା ଏବଂ ଏହାର ନିକଟସ୍ଥ ଗ୍ରାମରେ ରହିଥିବା ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଆସି ଏହି ଗୃହକୁ ଦେଖିବା ସହ ଟ୍ରେନ୍‌ ସମ୍ପର୍କରେ ସଂକ୍ଷେପରେ ଅବଗତ ହେଉଛନ୍ତିି। ଟୁଟିଗୁଡା ଗ୍ରାମ ଦେଇ ଯାଉଥିବା ଲୋକମାନେ ଏହି ଅଙ୍ଗନଓ୍ବାଡି ଗୃହକୁ ଦେଖିବା ମାତ୍ରେ କିଛି ସମୟ ସେଠାରେ ଠିଆ ହୋଇ ମୋବାଇଲରେ ଫଟୋ ଉତ୍ତୋଳନ କରୁଛନ୍ତି। ଏହି ଗୃହର ଫଟୋ ଉଠାଉଥିବା କେତେ ଜଣ ଲୋକ ଏବଂ ଛାତ୍ରୀଛାତ୍ରଙ୍କୁ ଟ୍ରେନ ସମ୍ପର୍କରେ ପଚାରିବାରୁ ଆମେ କେବେ ମଧ୍ୟ ଟ୍ରେନ ଦେଖିନାହଁୁ ବୋଲି ସେମାନେ କହିଥିଲେ। ଏ ସମ୍ପର୍କରେ ସିଡିପିଓ ଆର. ବାସନ୍ତି ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଜିଲାରେ ପ୍ରଥମ କରି ଏହିପରି ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କରାଯାଇଛି। କୁନି କୁନି ପିଲାମାନେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସିବାକୁ ଆଗ୍ରହ ପ୍ରକାଶ କରିବା ଉଦ୍ଦେଶ୍ୟରେ ଟ୍ରେନ ବଗି ସଦୃଶ୍ୟ ଗୃହ ନିର୍ମାଣ କରାଯାଇଛି।

ଫୋଟୋ - http://v.duta.us/MA8--wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/FpFDDQAA

📲 Get Rayagada News on Whatsapp 💬