[sambalpur] - କଠିନ ପରିଶ୍ରମର ବିକଳ୍ପ ନାହିଁ

  |   Sambalpurnews

ବୀରମହାରାଜପୁର, ୨୩।୧ (ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର କଲେଜର ୩୭ତମ ବାର୍ଷିକ ଉତ୍ସବ ମଙ୍ଗଳବାର ପାଳିତ ହୋଇଯାଇଛି । ଏଥିରେ ଯୋଗଦେଇଥିବା ଅତିଥିମାନେ ଉଦ୍‌ବୋଧନ ପ୍ରସଙ୍ଗରେ ମତପ୍ରକାଶ କରିଥିଲେ ଯେ, କଠିନ ପରିଶ୍ରମର ବିକଳ୍ପ ନାହିଁ। ଛାତ୍ରଶକ୍ତି ରାଷ୍ଟ୍ରଶକ୍ତି ହୋଇଥିବାରୁ ସେମାନେ ଶୃଙ୍ଖଳିତ ଏବଂ ଅଧ୍ୟବସାୟୀ ହେବା ଜରୁରୀ। କଲେଜ ଅଧ୍ୟକ୍ଷ ମୂରଲୀଧର ହୋତାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମାରୋହରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ ସମ୍ମାନୀତ ଅତିଥିଭାବେ ଯୋଗଦେଇ ସମାବେଶରେ ଉଦ୍‌ବୋଧନ ଦେଇଥିଲେ। ସେହିପରି ଡୁଙ୍ଗୁରିପାଲି ମହାବିଦ୍ୟାଳୟର ଓଡିଶା ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ଭାଗିରଥ ପୁରୋହିତ ଉତ୍ସବରେ ମୁଖ୍ୟବକ୍ତାଭାବେ ଯୋଗଦେଇ କହିଥିଲେ ଯେ, ଆମର ବ୍ୟବହାର ହିଁ ଆମ ଚରିତ୍ରର ପ୍ରତିଫଳନ। ତେଣୁ ଅନ୍ୟକୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ଉଚିତ। ଅନ୍ୟପକ୍ଷରେ ଅଧିକାର ପାଇଁ ଗୋଡାଇବା ସମୟରେ କର୍ତ୍ତବ୍ୟ ପ୍ରତି ମଧ୍ୟ ସଚେତନ ହେବା ବିଧେୟ। ଛାତ୍ରୀମାନଙ୍କ ଦ୍ୱାରା ଆବାହନୀ ସଂଗୀତ ଗାନ ମଧ୍ୟରେ ଆରମ୍ଭ ହୋଇଥିବା ସଭା କାର୍ଯ୍ୟ ପ୍ରାରମ୍ଭରେ ସହ ଉପଦେଷ୍ଟା ଅଧ୍ୟାପକ ଶିବ୍‌ କୁମାର ପୁରୋହିତ ସ୍ବାଗତ ଭାଷଣ ପ୍ରଦାନ ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ଉପଦେଷ୍ଟା ଡ. ହିମାଂଶୁ ଶେଖର ପାଢ଼ୀ ସହ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ବିଜୟ କୁମାର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ଅବସରରେ କୃତି ଛାତ୍ରୀଛାତ୍ରମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଅଧ୍ୟାପକ ଯାମିନୀ ଦାଶ, ଅଧ୍ୟାପିକା ସାଗରିକା ବିଶି, ଅଧ୍ୟାପକ ବିଜୟ କୁମାର ପ୍ରଧାନ ଏବଂ ସୁବାଷ ଶତପଥୀ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ପରେ ଅନୁଷ୍ଠାନର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ଫୋଟୋ - http://v.duta.us/CtlLwgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/F7SRFwAA

📲 Get Sambalpur News on Whatsapp 💬