[sambalpur] - ସୁସ୍ଥ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

  |   Sambalpurnews

ବଲାଙ୍ଗୀର ଅଫିସ, ୨୨ା୧: ବଲାଙ୍ଗୀର ଆର୍ଯ୍ୟ ମନ୍ଦିର ପରିସରରେ ନିଖିଳ ଉତ୍କଳ ଶିକ୍ଷକ କଂଗ୍ରେସ ବଲାଙ୍ଗୀର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଛି ା ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟଅତିଥିଭାବେ ବଲାଙ୍ଗୀର ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର ଯୋଗଦାନ କରିଥିଲେ ା ସମ୍ମିଳନୀ ଆବାହକ ତଥା ସଂଯୋଜକ ବାମଦେବ ମିଶ୍ର ସଭାରେ ସଂଯୋଜନା କରିଥିଲେ ା ସମ୍ମାନିତ ଅତିଥିଭାବେ ଏଆଇସିସି ସଭ୍ୟ ସମରେନ୍ଦ୍ର ମିଶ୍ର, ଜିଲା କଂଗ୍ରେସ କମିଟି ସଭାପତି ଦିଲୀପ ବେହେରା, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ସୁଧାଂଶୁ ଦାଶ, ସଂଗଠନ କାର୍ଯ୍ୟକାରୀ ସଭାପତି ଗୁଣନିଧି ସା ମଞ୍ଚାସୀନ ଥିଲେ ା ସମ୍ମିଳନୀରେ ମୁଖ୍ୟଅତିଥି ବିଧାୟକ ମିଶ୍ର ବକ୍ତବ୍ୟ ରଖି ସୁସ୍ଥ ସମାଜ ଗଠନରେ ଶିକ୍ଷକ ସମାଜର କିଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କହିଥିଲେ ା ଅନେକ ଦେଶ ଅଛି ଯେଉଁଠାରେ ଶିକ୍ଷକ ଓ ବୈଜ୍ଞାନିକଙ୍କୁ ସମ୍ମାନର ସର୍ବୋଚ୍ଚ ସ୍ତରରେ ରଖାଯାଇଥାଏ ା ବୈଜ୍ଞାନିକମାନେ ଯେପରି ଦେଶକୁ ବୈଷୟିକସ୍ତରରେ ଉନ୍ନତ କରିଥାନ୍ତି, ଠିକ୍‌ ସେହିପରି ଶିକ୍ଷକମାନେ ମଧ୍ୟ ଏକ ଉତ୍ତମ ସମାଜ ଗଠନ ପାଇଁ ଦେଶକୁ ଉତ୍ତମ ନାଗରିକ ପ୍ରଦାନ କରିଥାନ୍ତି ା ଆମ ଦେଶ, ଆମ ରାଜ୍ୟ ମଧ୍ୟ ଶିକ୍ଷକମାନଙ୍କ ଅଣଦେଖା ନ କରି ସେମାନଙ୍କ ଶିକ୍ଷାଦାନ ଯେପରି ଉନ୍ନତମାନର ହୋଇପାରିବ ସେଦିଗରେ ଯତ୍ନବାନ ଦେବା ଆବଶ୍ୟକ ବୋଲି ମିଶ୍ର କହିଥିଲେ ା ଅନ୍ୟବକ୍ତାମାନେ ଶିକ୍ଷକମାନଙ୍କ ଅଭାବ ଅସୁବିଧା ଦୂର କରିବା ଉପରେ ଆଲୋଚନା କରିଥିଳେ ା ଶିକ୍ଷକ ସମାଜ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ଆଗାମୀ ଦିନରେ ପରାହତ କରାଯିବ କହିଥିଲେ ା ସଭା ପରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ୋହାଇଥିଲା ା ସଂଗଠନର ଜିଲା ସଭାପତି ଭାବେ ନକୁଳ ପାତ୍ର ଏବଂ ଜିଲା ସମ୍ପାଦକ କିଶନ କୁମାର ଦୀପ ନିର୍ବାଚିତ ହୋଇଥିଲେ ା

ଫୋଟୋ - http://v.duta.us/SxHzCQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/COe2VQAA

📲 Get Sambalpur News on Whatsapp 💬