[upakula-odisha] - ୨୫୦ରୁ ଊର୍ଦ୍ଧ୍ୱ ବିରଳ ଶାର୍କ ଜବତ, ୭ ଆନ୍ଧ୍ର ମତ୍ସ୍ୟଜୀବୀ ଗିରଫ

  |   Upakula-Odishanews

ପାରାଦୀପ/ରାଜନଗର/ମହାକାଳପଡ଼ା,୨୩ା୧(ସ୍ବ.ପ୍ର./ଡି.ଏନ୍‌.ଏ.): ସାମୁଦ୍ରିକ ଅଭୟାରଣ୍ୟ ଭିତରକନିକାର ଗହୀରମଥା ନିଷିଦ୍ଧାଞ୍ଚଳରେ ଆନ୍ଧ୍ର ପ୍ରଦେଶର ଏକ ମାଛଧରା ଟ୍ରଲର ବିରଳ ପ୍ରଜାତିର ଶାର୍କ ମାଛ ଧରୁଥିବାବେଳେ କୋଷ୍ଟଗାର୍ଡ ହାତରେ ଧରାପଡିଛି। ଉକ୍ତ ଟ୍ରଲରରୁ ୩ ପ୍ରଜାତିର ୨୫୦ରୁ ଊର୍ଦ୍ଧ୍ୱ ଶାର୍କ ଜବତ କରାଯାଇଛି। ସମ୍ପୃକ୍ତ ୭ ଜଣ ଆନ୍ଧ୍ର ମତ୍ସ୍ୟଜୀବୀଙ୍କୁ ଗିରଫ କରାଯିବା ସହ ଟ୍ରଲର ଜବତ ହୋଇଛି।

କୋଷ୍ଟଗାର୍ଡ ମୁଖ୍ୟାଳୟ-୭ ପାରାଦୀପ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ଟ୍ରଲର(ଆଇଏନ୍‌ଡି ଏପି-ଭିଆଇ-ଏମ୍‌ଏମ୍‌-୭୬୪)ରେ ସମ୍ପୃକ୍ତ ମତ୍ସ୍ୟଜୀବୀମାନେ ଗହୀରମଥା ନିଷିଦ୍ଧାଞ୍ଚଳରେ ଶାର୍କ ଧରୁଥିଲେ। ସୋମବାର କୋଷ୍ଟଗାର୍ଡର ପାଟ୍ରୋଲିଂ ଶିପ୍‌ ଚାର୍ଲି-୪୨୬ ଉକ୍ତ ଟ୍ରଲରକୁ କାବୁ କରିଥିଲା। ସେଥିରୁ ବିଲୁପ୍ତପ୍ରାୟ ୧୪୭ଟି ବୁଲ୍‌ ଶାର୍କ, ୨୬ଟି ସ୍ପଟ୍‌ଟେଲ୍‌ ଶାର୍କ, ୨ଟି ହାମରହେଡ୍‌ ଶାର୍କ ଭଳି ମୋଟ୍‌ ୨୫୦ରୁ ଅଧିକ ଶାର୍କ ଜବତ କରାଯାଇଛି। ଏଥିସହ ୫୦ଟି ମାଛ ଧରା ହୁକ, ଗୋଟିଏ ଲେଖାଏଁ ଭିଏଚ୍‌ଏଫ, ଜିପିଏସ୍‌, ଫିସ୍‌ ଫାଇଣ୍ଡର ଓ ୨ କୁଇଣ୍ଟାଲ ଅନ୍ୟ ସାମୁଦ୍ରିକ ମାଛ ଜବତ କରାଯାଇଛି। ଏହି ଘଟଣାରେ ମେଡା ଆପନ୍ନା, ମେଡା ରାମୁ, ମେଡା ଚିନା, ମେଡା ଚିନାରମୁଲୁ, ମେଲାପଲ୍ଲୀ ରାମବାବୁ, ଅମର ଗୁରୟା ଓ ଗଙ୍ଗାଲା ଗୁରଭାୟାଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ସେମାନଙ୍କୁ ରାଜନଗର ବନ ବିଭାଗକୁ ହସ୍ତାନ୍ତର କରାଯିବା ପରେ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ମୃତ ଶାର୍କ ବ୍ୟବଚ୍ଛେଦ ପରେ ଗହୀରମଥା ରେଞ୍ଜ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଛି।

ଫୋଟୋ - http://v.duta.us/YzZy7wEA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/aQXtqgAA

📲 Get Upakula-odisha News on Whatsapp 💬