ଦିନକ ପରେ କାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ୩୦୦୦ ହବିଷ୍ୟାଳୀଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା

  |   Purinews

ପୁରୀ: ଦିନକ ପରେ ଅର୍ଥାତ ସୋମବାର ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଛି। ଓଡ଼ିଶାର ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଇଁ ଆଧ୍ୟାତ୍ମିକ ପରିବେଶ ଦେଖାଯାଇଥାଏ। ଶ୍ରୀକ୍ଷେତ୍ର ପୁରୀରେ କାର୍ତ୍ତିକ ବ୍ରତକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ବିଶେଷ କରି ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ। ଏଥର କାର୍ତ୍ତିକ ବ୍ରତ ଅବସରରେ ୩୦୦୦ ହବିଷ୍ୟାଳୀଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ଏସଂକ୍ରାନ୍ତରେ ଜିଲ୍ଲାପାଳ ବଳଓ୍ଵନ୍ତ ସିଂହ ଟାଉନହଲ ଠାରେ ଶନିବାର ସମୀକ୍ଷା କରିଛନ୍ତି।

ହବିଷ୍ୟାଳୀମାନଙ୍କ ମଧ୍ୟରୁ ରେଳବାଇ ପର୍ଯ୍ୟଟନ ପରିସରରେ ୯୦୦, ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ୬୦୦ ଏବଂ ନରେନ୍ଦ୍ର କୋଣସ୍ଥିତ ହବିଷ୍ୟାଳୀ କେନ୍ଦ୍ରରେ ପ୍ରାୟ ୧୫୦୦ ଶ୍ରଦ୍ଧାଳୁଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ଏପର୍ଯ୍ୟନ୍ତ ୧୭୨୭ ଜଣ ହବିଷ୍ୟାଳୀ ନାମ ପଞ୍ଜିକରଣ କରିଥିବା ବେଳେ ଅନ୍ୟ ଜିଲ୍ଲାରୁ ହବିଷ୍ୟାଳୀଙ୍କ ନାମ ଆସିବାକୁ ବାକି ଅଛି।

ରେଳବାଇ ପରିସରରେ ୯୦୦ ଓ କଲ୍ୟାଣ ମଣ୍ଡପରେ ୫୫୦ ଜଣ ହବିଷ୍ୟାଳୀଙ୍କୁ ପ୍ରାଥମିକତା ଭିତ୍ତିରେ ରହିବା ନେଇ ତାଲିକାଭୁକ୍ତ କରାଯାଇ ସଂପୃକ୍ତ ହବିଷ୍ୟାଳୀମାନଙ୍କୁ ଅବଗତ କରାଯାଇଛି। ଏଥି ପାଇଁ ୩ ଜଣ ସୁପରଭାଇଜିଂ ଅଧିକାରୀ, ୪ ଜଣ କୋଅଡିନେଟିଂ ଅଧିକାରୀ ସମେତ ୧୨ ଜଣ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏଥି ସହ ସେମାନଙ୍କୁ ସହାୟତା କରିବା ପାଇଁ ପ୍ରାୟ ୪୦ ଜଣ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।...

ଫୋଟୋ - http://v.duta.us/GBsq6gAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/Xo7t4wAA

📲 Get Purinews on Whatsapp 💬