ଏଣିକି ବେସରକାରୀ ଡାକ୍ତରଖାନାରେ ମିଳିବନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ !

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେବା ଯୋଗାଇଦେବାକୁ ମନାକଲେ ବେସରକାରୀ ଡାକ୍ତରଖାନା । ଆଜି ଏ ନେଇ ଘୋଷଣା କରିଛନ୍ତି ଅଲ ଓଡିଶା ପ୍ରାଇଭେଟ କ୍ଲିନିକାଲ ଏଷ୍ଟାବିଶମେଂଟ ଫୋରମ । ଏ ନେଇ ଫୋରମ ପକ୍ଷରୁ ସରକାରଙ୍କୁ ଚିଠି ଲେଖାଯାଇଛି । ଫୋରମ ଅଭିଯୋଗ କରିଛି ସରକାର ଠିକ ସମୟରେ ବୀମା ଟଙ୍କା ଦେଉନାହାନ୍ତି । ଏହାଛଡା ସୁରକ୍ଷା ଓ ପଞ୍ଜୀକରଣ ନୀତି କୋହଳ କରିବାକୁ ଦାବି କରିଛି ଫୋରମ୍ ।ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯୋଜନାରେ ସେବା ଯୋଗାଇଥିବା ଘରୋଇ ହସ୍ପିଟାଲମାନଙ୍କର ସରକାରଙ୍କ ଉପରେ ବାକିରେ ପଡିଛି କୋଟି କୋଟି ଟଙ୍କା ।

ଏହି ପ୍ରାପ୍ୟ ପାଇବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ଆଣିଛି ବେସରକାରୀ ଡାକ୍ତରଖାନା ସଂଘ । ଏପରିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଚିକିତ୍ସା ବାବଦରେ ପ୍ରାପ୍ୟ ଅର୍ଥ ତୁରନ୍ତ ପ୍ରଦାନ ନ କଲେ ଏଥିରୁ ଓହରିଯିବେ ବେସରକାରୀ ହସପିଟାଲ ବୋଲି ପୂର୍ବରୁ ସଂଘ ପକ୍ଷରୁ ଧମକ ମଧ୍ୟ ଦେଇଥିଲା ଅଲ୍ ଓଡ଼ିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଂଟ୍ ଫୋରମ୍ ।...

ଫୋଟୋ - http://v.duta.us/cRIM-wAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/b0S3MQAA

📲 Get Odisha News on Whatsapp 💬