ବିଭିନ୍ନ ପରୀକ୍ଷା ସମୟରେ ଟ୍ରେନ୍‌ରେ ହେଉଥିବା ଭିଡକୁ ଦେଖି ପରୀକ୍ଷାର୍ଥୀଙ୍କ ପାଇଁ ଆଜିଠୁ ଚାଲିଲା ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ବିଭିନ୍ନ ପରୀକ୍ଷା ସମୟରେ ବାହାର ରାଜ୍ୟରୁ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ପରୀକ୍ଷାର୍ଥୀ ଟ୍ରେନ୍‌ରେ ଯାତାୟାତ କରିଥାଆନ୍ତି। ଏହି ସମୟରେ ଟ୍ରେନ୍‌ରେ ପ୍ରବଳ ଭିଡ ହେଉଥିବା ଦେଖିବାକୁ ମିଳିଥାଏ। ତେଣୁ ପରୀକ୍ଷାର୍ଥୀ କିପରି ସହଜ ଓ ସୁବିଧାରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ସେଥିପାଇଁ ଆଜିଠାରୁ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‌ ଚାଲିଛି।

ଗୋଟିଏ ଟ୍ରେନ୍‌ ଆଜି ଭୁବନେଶ୍ୱରରୁ ୨୦.୦୦/ ସନ୍ଧ୍ୟା ୮ଟାରେ ଛାଡ଼ି କୋରାପୁଟ, ବ୍ରହ୍ମପୁର-ବିଜୟନଗରମ୍ ଓ ରାୟଗଡ଼ା ହୋଇଯିବ। ଏହି ଟ୍ରେନ୍‌ ବିଶେଷ ଭାବେ ଦକ୍ଷିଣ ଓଡ଼ିଶା ଓ କଳାହାଣ୍ଡିରୁ ଅଧିକାଂଶ ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧା ଯୋଗାଇବ।

ସେହିପରି ଦ୍ୱିତୀୟ ଟ୍ରେନ୍‌ଟି ପୁରୀରୁ ୨୩.୦୦/ ରାତି ୧୧ଟାରେ ବାହାରି ଭୁବନେଶ୍ୱରରୁ ଢ଼େଙ୍କାନାଳ ଦେଇ ସମ୍ବଲପୁର ଯିବ। ଢ଼େଙ୍କାନାଳ, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ଝାରସୁଗୁଡା ଆଦି ସ୍ଥାନର ପରୀକ୍ଷାର୍ଥୀମାନେ ଏହି ଟ୍ରେନ୍‌ର ସୁବିଧା ପାଇ ପାରିବେ। ଭଦ୍ରକ, ଭୁବନେଶ୍ୱର, ବାଲେଶ୍ୱର ଓ ବାରିପଦା ଆଡକୁ ଯିବାକୁ ଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଖୋର୍ଦ୍ଧାରୋଡରୁ ଖୋର୍ଦ୍ଧାରୋଡ-ଖଡଗପୁର ପାସେଞ୍ଜର ଆଜି ୧୬.୪୫ (୬.୪୫)ଟା ପରିବର୍ତ୍ତେ ସନ୍ଧ୍ୟା୧୯.୩୦ (୭.୩୦)ଟାରେ ଛାଡିବ।...

ଫୋଟୋ - http://v.duta.us/dqDJpQAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/GebX5wAA

📲 Get Odisha News on Whatsapp 💬