ଭୁବନେଶ୍ବର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ୍‌ର ଶୁଭାରମ୍ଭ

  |   Nayagarhnews

୪୫ଟଙ୍କାରେ ଭୁବନେଶ୍ବରରୁ ନୟାଗଡ଼, ମୋଦୀଙ୍କୁ ଅପରାଜିତା, ନବୀନଙ୍କୁ ଅଶୋକ ଓ ପିନାକୀ ଶ୍ରେୟ ଦେଲେ

ଭୁବନେଶ୍ବର: କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ନୂଆଦିଲ୍ଲୀଠାରୁ ଭିଡିଓ କନଫରେନସିଂ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ସହ ଦେଶର ବିଭିନ୍ନ ସ୍ଥାନକୁ ଚାଲିବାକୁ ଥିବା ସେବା ଟ୍ରେନ୍‌ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି I ଦିଲ୍ଲୀ ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଲେ ଯେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଓଡ଼ିଶାକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ପୂର୍ବରୁ ଓଡ଼ିଶାକୁ ରେଳ ବଜେଟ୍‌ ପାଇଁ ୧ ହଜାର କୋଟି ଟଙ୍କା ଦାବି କରିବାକୁ ପଡ଼ୁଥିଲା। ମାତ୍ର ଗତ ୬ ବର୍ଷରେ ମୋଟ୍‌ ସାଢ଼େ ୬ହଜାର କୋଟିରୁ ୭ହଜାର କୋଟି ଟଙ୍କା ରେଳ ଅନୁଦାନ ଓଡ଼ିଶାକୁ ମିଳିଛି। ସେହିପରି ରେଳ ସଂଯୋଗକୁ ସୁନିଶ୍ଚିତ କରିବାରେ 'ସେବା ସର୍ଭିସ୍' ଟ୍ରେନ୍ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ। ଯାହା ଓଡ଼ିଶାରେ ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବ ଓ ଯାତାୟାତକୁ ସୁଗମ କରିବ। ଏଥିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, କେନ୍ଦ୍ର ରେଳ ରାଜ୍ୟ ମନ୍ତ୍ରୀ ସୁରେଶ ଅଙ୍ଗାଡ଼ି ପ୍ରମୁଖ ଉପସ୍ଥିତ ଥିଲେ।...

ଫୋଟୋ - http://v.duta.us/uV3mxgAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/npBb6gAA

📲 Get Nayagarhnews on Whatsapp 💬