ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ଫୁଲବାଣୀରେ ଖୋଲିବ ମେଡିକାଲ କଲେଜ ଓ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍

  |   Kandhmalnews

ଭୁବନେଶ୍ୱର: 'ମୋ ସରକାର' ଯୋଜନା କାର୍ଯ୍ୟକାରୀ ହେବା ପରେ ସମ୍ପ୍ରତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ସ୍ୱାସ୍ଥ୍ୟସେବା ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଏହି କ୍ରମରେ ମୋ ସରକାର ଟିମ୍‌ର ୨ୟ ଦଫା ଗସ୍ତ ପରେ ସ୍ୱାସ୍ଥ୍ୟସେବାକୁ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରି କହିଛନ୍ତି, ଫୁଲବାଣୀରେ ମେଡିକାଲ କଲେଜ ଖୋଲିବ । ଏହି ମେଡିକାଲ କଲେଜରେ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରହିବ । ଏଥିସହିତ ଅନ୍ୟ ପାଞ୍ଚିଟି ଜିଲ୍ଲା ଯଥା,ବୌଦ୍ଧ, ନୟାଗଡ଼, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ାରେ ମେଡିକାଲ ପାଇଁ ବି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ତେବେ 'ମୋ ସରକାର' କାର୍ଯ୍ୟକ୍ରମ ଅନ୍ୟ ଦିଗକୁ ବି ସଂପ୍ରସାରଣ କରିବାର ଲକ୍ଷ୍ୟ ରଖିଛି। ଡିସେମ୍ବର ୧ସୁଦ୍ଧା 'ମୋ ସରକାର'ର ଆଉ ୫ଟି ବିଭାଗରକୁ ସଂପ୍ରସାରଣ କରାଯିବ । ଏଥିସହିତ ମାର୍ଚ୍ଚ ୫ସୁଦ୍ଧା 'ମୋ ସରକାର'ର ସବୁ ବିଭାଗକୁ ସଂପ୍ରସାରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି।

ଫୋଟୋ - http://v.duta.us/YWySOwAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/fN88cwAA

📲 Get Kandhmalnews on Whatsapp 💬