ସ୍ମାର୍ଟସିଟିରେ ରୋବର୍ଟ ରେଷ୍ଟୁରାଣ୍ଟ୍‌: ବରାଦ ନେବେ 'ଚମ୍ପା'ଓ 'ଚମେଲି', ପଚାରିବେ 'ଆପଣ ମାନେ ଖୁସି ତ?'

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରରେ ଖୋଲିଲା ପ୍ରଥମ ରୋବର୍ଟ ରେଷ୍ଟୁରାଣ୍ଟ୍‌। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ, ଏଣିବି ଏହି ରେଷ୍ଟୁରାଣ୍ଟ୍‌ରେ ପରିଚାରିକାଙ୍କ ବଦଳରେ ଖାଦ୍ୟ ବରାଦ ଗ୍ରହଣ କରିବାରୁ ନେଇ ପରଷିବା ପର୍ଯ୍ୟନ୍ତ ସମସ୍ତ କାମ କରିବ ରୋବର୍ଟ। ଭୁବନେଶ୍ୱରର ଇନ୍‌ଫୋସିଟି ଡିଏଲ୍‌ଏଫ୍‌ ଟାଓ୍ଵାର ଅଞ୍ଚଳରେ ଖେଲିଥିବା ଏହି 'ରୋବୋ ସେଫ୍‌ ରେଷ୍ଟୁରାଣ୍ଟ୍‌'ରେ ବର୍ତ୍ତମାନ ପାଇଁ ଦୁଇଟି ରୋବର୍ଟ ଗ୍ରାହକଙ୍କ ପାଇଁ ରଖାଯାଇଛି। ଗ୍ରାହକଙ୍କ ଦାୟିତ୍ୱ ନେବା ପାଇଁ ରହିଥିବା ଦୁଇ ରୋବର୍ଟଙ୍କ ନାମ ହେଉଛି 'ଚମ୍ପା' ଓ 'ଚମେଲି'।

ଏହି ରେଷ୍ଟୁରାଣ୍ଟ୍‌ର ମାଲିକ କୁହନ୍ତି, 'ମୁଁ ଆମେରିକା ଯାଇଥିବା ବେଳେ ସେଠାକାର ରେଷ୍ଟୁରାଣ୍ଟ୍‌ରେ ରୋବର୍ଟମାନେ ଦେଉଥିବା ସେବା ମୋତେ ପ୍ରେରଣା ଦେଇଥିଲା। ମୁଁ ସେପରି ସେବା ଭୁବନେଶ୍ୱରରେ ଦେବାକୁ ଚାହୁଁଥିଲି। ପୂର୍ବ ଭାରତରେ ଏପରି ରେଷ୍ଟୁରାଣ୍ଟ୍‌ ପ୍ରଥମ। ଯଦିଓ ବେଙ୍ଗାଲୁର, ଚେନ୍ନାଇରେ ଅନେକ ରେଷ୍ଟୁରାଣ୍ଟ୍‌ରେ ରୋବର୍ଟ ଦେଖିବାକୁ ମିଳୁଛି। ମାତ୍ର ସେ ରୋବର୍ଟଗୁଡ଼ିକ ଚୀନର। ମାତ୍ର ଆମ ରୋବର୍ଟ ପୂରାପୂରି ଭାବେ ଭାରତ ନିର୍ମିତ।...

ଫୋଟୋ - http://v.duta.us/EUlz-gAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/qwHdEAAA

📲 Get Odisha News on Whatsapp 💬