ଇସ୍ପାତ ରାଜଧାନୀ ମୁଖଶାଳାରେ ସ୍ୱାସ୍ଥ୍ୟସେବା ଏମିତି, ୭ ଶହ ରୋଗୀଙ୍କୁ ୩ ଡାକ୍ତର

  |   Jajpurnews

ବ୍ୟାସନଗର : ଆଜ୍ଞା, ଘଣ୍ଟାଏ କି ଦି' ଘଣ୍ଟା ନୁହେଁ। ଅଧା ଓଳି ଗଲାଣି। ତଥାପି ଡାକ୍ତରଙ୍କୁ ଦେଖାଇ ପାରିନାହୁଁ। ଏମିତି କହିଛନ୍ତି ଲମ୍ବା ଧାଡ଼ିରେ ଟିକଟ ଧରି ଠିଆ ହୋଇଥିବା କେତେକ ରୋଗୀ। ଔଷଧ ମଧ୍ୟ ଡାକ୍ତରଖାନାରୁ ମିଳୁ ନାହିଁ। ବାହାରୁ କିଣିବାକୁ ପଡ଼ୁଛି। ନର୍ସ ଥରେ ଆସିଲେ ଦ୍ବିତୀୟ ଥର ନଡାକିଲେ ଆସୁନାହାନ୍ତି ବୋଲି ବହୁ ରୋଗୀ ଓ ତାଙ୍କ ସଂପର୍କୀୟ କହିଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ଶିଳ୍ପ ସମୃଦ୍ଧ ଇସ୍ପାତ ରାଜଧାନୀର ମୁଖଶାଳା ବ୍ୟାସନଗର ସହରରେ ଥିବା ଯାଜପୁରରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ। ଦୈନିକ ହାରାହାରି ୭ଶହ ‌ରୋଗୀଙ୍କୁ ମାତ୍ର ୩ ଜଣ ଡାକ୍ତର ସେବା ଯୋଗାଇ ଚାଲିଛନ୍ତି। ଏଭଳି ସ୍ଥିତିରେ ରୋଗୀ ସେବା କେମିତି ହେଉଥିବ ତାହା ସହଜରେ ଅନୁମେୟ।

୨୦୧୦ରେ ଯାଜପୁରରୋଡ଼ ଡାକ୍ତରଖାନା ସିଏଚସି ମାନ୍ୟତା ପାଇଲା। ଶଯ୍ୟା ସଂଖ୍ୟା ଯେତିକି ଥିଲା ସେତିକିରେ ଅଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତିନି ବର୍ଷ ହେଲାଣି ପ୍ରମୁଖ ବିଭାଗ ମେଡିସିନ ଓ ଶିଶୁ ବିଶେଷଜ୍ଞ ନାହାନ୍ତି। ଦୁଇ ମାସ ହେବ ସର୍ଜରୀ ବିଭାଗରେ ଜଣେ ଡାକ୍ତର ନିଯୁକ୍ତି ପାଇଛନ୍ତି। ତିନି ଜଣ ଡାକ୍ତରଙ୍କ ମଧ୍ୟରୁ ଆନାସ୍ଥେସିଆ ଡାକ୍ତର ଡ. ସନ୍ତୋଷ କୁମାର ପୃଷ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ସ୍ତ୍ରୀ ଓ ପ୍ରସୂତି ଡା. ସୌଭାଗ୍ୟ ରଂଜନ ସୁବୁଦ୍ଧି ଓ ସର୍ଜରି ବିଭାଗ ଡ. ଫୁଲକ ରଂଜନ ମଲିକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସାହା ଭରସା ପାଲଟିଛନ୍ତି।...

ଫୋଟୋ - http://v.duta.us/4IVMpwAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/48PriAAA

📲 Get Jajpurnews on Whatsapp 💬