ଏକ୍ସପାରି କୃମି ଔଷଧ ଖାଇ ୩୬ ଶିଶୁ ଅସୁସ୍ଥ ଘଟଣା, ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍

  |   Kendraparanews

ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲାରେ ଏକ୍ସପାରି କୃମି ଔଷଧ ଖାଇ ୩୬ ଜଣ ଶିଶୁ ଅସୁସ୍ଥ ହେବା ଘଟଣାରେ ସ୍ୱାସ୍ଥ୍ୟ ବିଭାଗର ଅହେତୁକ ଅବହେଳା ପ୍ରମାଣିତ ହୋଇଛି । ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ଦାୟିତ୍ୱହୀନତାରୁ ଶିଶୁମାନେ ଅସୁସ୍ଥ ହୋଇଥିବା ଜଣାପଡିବା ପରେ ରାଜ୍ୟ ସରକାରଙ୍କ ଉପରେ ବହୁ ପରିମାଣର କ୍ଷତିପୂରଣ ବୋଝ ଲଦିଛନ୍ତି ଜାତୀୟ ମାନବାଧିକାର କମିଶନ । ୩୬ ଜଣ ଶିଶୁଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ କାହିଁକି ଦିଆ ନ ଯିବ, ସେ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଅର୍ଥାତ୍ ରାଜ୍ୟ ସରକାରଙ୍କୁ ମୋଟ ୩ କୋଟି ୬୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡିବ ।

ଏଥିସହିତ ଏହି ଘଟଣାରେ ଦୋଷୀ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୪ ମସିହା ନଭେମ୍ବର ୫ ତାରିଖରେ ଗରଦପୁର ବ୍ଲକର ଟିକନପୁର ସ୍କୁଲରେ ଆଶା କର୍ମୀ ଓ ଏଏନ୍ଏମ୍ ମାନେ ପିଲାମାନଙ୍କୁ କୃମି ନାଶକ ସିରପ ଦେଇଥିଲେ । ଏହାକୁ ଖାଇବା ପରେ ବେହୁଲା ଗାଁର ୧ ବର୍ଷ ବୟସରୁ ୧୦ ବର୍ଷ ବୟସର ୩୬ ଜଣ ପିଲା ଅସୁସ୍ଥ ହୋଇ ପଡିଥିଲେ । ସେମାନଙ୍କର ବାନ୍ତି ହେବା ସହ ମୁଣ୍ଡବିନ୍ଧା, ପେଟରେ ଯନ୍ତ୍ରଣା ଓ ଜ୍ୱର ଆଦି ଲକ୍ଷଣ ଦେଖା ଦେଇଥିଲା । ପରେ ଜଣାପଡିଲା ଶିଶୁମାନଙ୍କୁ ଦିଆଯାଇଥିବା କୃମିନାଶକ ସିରପର ବୈଧ ତାରିଖ ସମାପ୍ତ ହୋଇସାରିଛି ।...

ଫୋଟୋ - http://v.duta.us/dvhEUQAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/bBkcvAAA

📲 Get Kendraparanews on Whatsapp 💬