ସରପଞ୍ଚ ସ୍ୱାମୀଙ୍କ ଗେଷ୍ଟ୍‌ ହାଉସ୍‌ରେ ଭିଏଲ୍‌ଡବ୍ଲୁଙ୍କ ମୃତ୍ୟୁ

  |   Jajpurnews

ଯାଜପୁର/ଧର୍ମଶାଳା : ଧର୍ମଶାଳା ବ୍ଲକ୍‌ର ହରିଦାସପୁର ପଞ୍ଚାୟତ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ୍ ହାଉସରେ ଆଜି ଅପରାହଣରେ ଭିଏଲଡ଼ବ୍ଲୁ ସ୍ମିତାରାଣୀ ବିଶ୍ବାଳଙ୍କର ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଭିଏଲଡ଼ବ୍ଲୁ ସ୍ମିତାରାଣୀଙ୍କ ଶବକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଧର୍ମଶାଳା ମେଡ଼ିକାଲରୁ ସ୍ଥାନୀୟ ଥାନା ପୁଲିସ ଜବତ କରିଛି। ଘଟଣାସ୍ଥଳରେ ଯାଜପୁର ଏସଡ଼ିପିଓ କେଦାରନାଥ ସାହୁ ପହଞ୍ଚିବା ସହିତ ଧର୍ମଶାଳା ଥାନାଧିକାରୀ ସରୋଜ ସାହୁ ଓ ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଅନୁସନ୍ଧାନ ଜାରି ରଖିଛନ୍ତି। ଘଟଣାକୁ ଚପାଇବା ପାଇଁ ଅର୍ଥବଳୀ ଓ ବାହୁବଳୀ ପ୍ରଭାବଶାଳୀ ‌େଗାଷ୍ଠୀ ଲାଗିପଡ଼ିଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ମେଡିକାଲରେ ବହୁ ଲୋକଙ୍କର ସମାଗମ ଲାଗି ରହିଥିବା ବେଳେ ଧର୍ମଶାଳା ବିଡିଓ ହେମନ୍ତକୁମାର ସାହୁ ଏବଂ ବ୍ଲକ ଅଧ୍ୟକ୍ଷ ପ୍ରଭାତକୁମାର ବଳବନ୍ତରାୟଙ୍କ ସମେତ ବହୁ ସରପଞ୍ଚ ଏବଂ ସମିତି ସଭ୍ୟ ମେଡ଼ିକାଲର ପହଞ୍ଚି ଥିଲେ।

ଆଜି ପଞ୍ଚାୟତରେ ଭତ୍ତା ବଣ୍ଟନ ପାଇଁ ଭିଏଲଡ଼ବ୍ଲୁ ସ୍ମିତାରାଣୀ ବିଶ୍ବାଳ ସେ ଦାୟିତ୍ବରେ ଥିବା ହରିଦାସପୁର ପଞ୍ଚାୟତର ଭଡଙ୍ଗା(ଚାରିବାଟିଆ)କୁ ଯାଇଥିଲେ। ସେଠାରୁ ମଧ୍ୟାହ୍ନରେ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ର ଓ ତାଙ୍କ ସାଙ୍ଗମାନେ ଥିବା ଗାଡ଼ି‌େର ତାଙ୍କ(ଶ୍ରୀ ଭଦ୍ର) ଗେଷ୍ଟହାଉସ(ବାଲିଗରି)କୁ ଭିଏଲଡ଼ବ୍ଲୁ ସ୍ମିତାରାଣୀ ଯାଇଥିଲେ। ଶ୍ରୀ ଭଦ୍ର ଓ ସାଙ୍ଗସାଥୀଙ୍କ ପାଇଁ ସେଠାରେ ଭୋଜିଭାତ ହୋଇଥିଲା। ମାତ୍ର ଭିଏଲଡ଼ବ୍ଲୁ ସ୍ମିତାରାଣୀ ଧୁଆଧୋଇ ହେବା ପାଇଁ ଗେଷ୍ଟହାଉସ ଉପର ମହଲାକୁ ଯାଇଥିଲେ। ସେଠାରେ ସେ ତାଙ୍କ ଓଢ଼ଣି ଫ୍ୟାନରେ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ସରପଞ୍ଚଙ୍କ ସ୍ବାମୀ ଶ୍ରୀ ଭଦ୍ର ସଫେଇ ଦେଇଛନ୍ତି। ଯାହାକୁ ନେଇ ସଂଦେହ ଦେଖାଦେଇଛି। ତେବେ ସେ କାହିଁକି ଓ କେଉଁ ପରିସ୍ଥିତିରେ ସେଠାରେ ଆତ୍ମହତ୍ୟା କଲେ ତାହା ସନ୍ଦେହଘେରକୁ ଆସିଛି।...

ଫୋଟୋ - http://v.duta.us/pGNaJAAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/A9zujwAA

📲 Get Jajpurnews on Whatsapp 💬